ରାଜ୍ୟରେ ୫ଶହ ତଳକୁ ଖସିଲା ଦୈନିକ ସଂକ୍ରମଣ ; ଆଉ ୪୦୩ କରୋନା ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ କୋରୋନାର ନିମ୍ନଗତି ଜାରି ରହିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୦୩ ନୂଆ ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ୪୮ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୨୩୭ ଓ ସ୍ଥାନୀୟ ଅଞ୍ଚଳରୁ ୧୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସଂକ୍ରାମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧, ବାଲେଶ୍ବରରୁ ୭, ବରଗଡ଼ରୁ ୧୩, ଭଦ୍ରକରୁ ୧, ବଲାଙ୍ଗିରରୁ ୨୨ , ବୌଦ୍ଧରୁ ୬, କଟକରୁ ୧୬, ଦେବଗଡରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୬ , ଗଞ୍ଜାମରୁ ୧ , ଜଗତସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ , କନ୍ଧମାଳରୁ ୧୯, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୮୧, କୋରାପୁଟରୁ ୯ , ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୯ , ନବରଙ୍ଗପୁରରୁ ୧୭ , ନୟାଗଡ଼ରୁ ୧୫, ନୂଆପଡ଼ାରୁ ୧୭, ପୁରୀରୁ ୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୩୬, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ୬୬ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ରାଜ୍ୟ ପୁଲରୁ ୧୪ଟି ମାମଲା ରିପୋର୍ଟ ହୋଇଛି । ସୂଚନା ଯେ, ରାଜ୍ୟରେ ଏବେ ସକ୍ରିୟ ମାମଲା ୩ ହଜାର ୯୬୬ ରହିଛି।
