ସରସଂଘଚାଳକ ଡା ମୋହନ ଭାଗବତ ରାଣୀ ଦୁର୍ଗାବତୀଙ୍କ ପ୍ରତିମୁର୍ତିର କଲେ ଅନାବରଣ
ସତନା : ରାଷ୍ଟ୍ରୀୟ ସ୍ୱୟସେବକ ସଂଘର ସରସଂଘଚାଳକ ଡା ମୋହନ ଭାଗବତ ଶନିବାରଦିନ ସତନା ଜାଲ୍ଲାର ମଝଗବା ସ୍ଥିତ ଦିନଦୟାଲ ସୌଧ ସସ୍ଥାନର ମହର୍ଷି ବାଲ୍ମିକି ପରିସର ରେ ରାଣୀ ଦୁର୍ଗାବତୀଙ୍କ ପ୍ରତିମୁର୍ତୀ ପ୍ରତିମାର ଅନାବରଣ କରିଛନ୍ତି । ଏହି ଅବସରରେ ଦିନଦୟାଲ ଶୋଧ ସସ୍ଥାନର ଅଧ୍ୟକ୍ଷ ବିରେନ୍ଦ୍ର ପରାକ୍ରମ ଆଦିତ୍ୟ ମଧ୍ୟ ଉପସ୍ଥିତ ରହିଥିଲେ । ଡା ଭାଗବତ ଶନିବାର ସକାଳ ସତନା ର ସଂଘ କାର୍ଯ୍ୟଳୟ ନାରାୟଣ କୁଟିରରେ ପହଂଚି ଥିଲେ ଏବଂ ସେଠାରୁ ପୂର୍ବାହ୍ନ ୧୧ ସମୟରେ ମଝଗବାକୁ ବାହାରିଯାଇଥିଲେ । ସେ ଦିନଦୟାଲ ସସ୍ଥାନରେ ରାଣୀ ଦୁର୍ଗାବତୀଙ୍କ ପ୍ରତିମାର ଅନାବରଣ କରିଥିଲେ ।
