ଭକ୍ତ ନିବାସ ନାଁରେ ଫେକ୍ ଆଇଡି ଖୋଲି ସାଇବର ଠକେଇ ଘଟଣା, ୨ ଅଭିଯୁକ୍ତ ଗିରଫ
ପୁରୀ : ପୁରୀ ନୀଳାଚଳ ଭକ୍ତ ନିବାସ ନାଁରେ ଫେକ୍ ଆଇଡି ଖୋଲି ଭକ୍ତଙ୍କୁ ସାଇବର ଠକେଇ କରିବା ଘଟଣା। ଗିରଫ ହେଲେ ୨ ଠକ। ଗିରଫ ଦୁଇ ଅଭିଯୁକ୍ତ ହେଲେ କେନ୍ଦୁଝର ଅଗରପଡାର ଚନ୍ଦନ ସିଂ ଓ ଭଦ୍ରକ ଚରମ୍ପାର ଗୌତମ୍ ସାହୁ। ସେମାନଙ୍କ ନିକଟରୁ ପୋଲିସ ୫ଟି ମୋବାଇଲ ଫୋନ, ୩୧ଟି ସିମ୍ କାର୍ଡ, ବାୟୋମେଟ୍ରିକ ଡିଭାଇସ ଓ କେବୁଲ୍ ଗୋଟେ ଜବତ କରିଛି।
ଏନେଇ ପୂର୍ବରୁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଘଟଣାକୁ ଗୁରୁତର ସହ ନେଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏନେଇ ଏକ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମିହିର କୁମାର ପଣ୍ଡା।
