ଆଇପିଏଲ ୨୦୨୨ ମେଗା ଅକ୍ସନରେ ଥାଲ୍ଲାଙ୍କୁ ରିଟେନ୍ କରିବ ସିଏସକେ
ନୂଆଦିଲ୍ଲୀ : ଚତୁର୍ଥ ଥର ପାଇଁ ଆଇପିଏଲ୍ ଟାଇଟଲ୍ ହାତେଇଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) । ମ୍ୟାଚ୍ ପରେ ଯେତେବେଳେ କମେଣ୍ଟେଟର ହର୍ଷ ଭୋଗଲେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ କହିଥିଲେ ଯେ ତୁମେ ତୁମ ପଛରେ ଏକ ଉତ୍ତରାଧିକାରୀ ଛାଡିଛ କି । ଜବାବରେ ଧୋନୀ ହସିଥିଲେ, ଆଉ କହିଥିଲେ ମୁଁ ଏପର୍ଯ୍ୟନ୍ତ ଦଳ ହିଁ ଛାଡି ନାହିଁ । ଧୋନିଙ୍କ ଏହି ବିବୃତ୍ତି ପରେ ଆଶା କରାଯାଇଛି ଯେ, ସେ ଆଉ ଗୋଟିଏ ସିଜନରେ ଚେନ୍ନାଇ ପାଇଁ ଖେଳୁଥିବାର ନଜର ଆସିବେ । କିନ୍ତୁ ବର୍ତ୍ତମାନ ସିଏସକେ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଧୋନିଙ୍କୁ ଆସନ୍ତା ସିଜନରେ ମେଗା ଆଇପିଏଲ୍ ନିଲାମରେ ଦଳ ବଜାୟ ରଖିବ । ଏହାସହ ସିଏସକେ ପାଇଁ ଖେଳାବେ ବୋଲି କୁହାଯଇଛି । ଏଏନଆଇ ସୂଚନା ଅନୁଯାୟୀ, ଧୋନିଙ୍କ ସଂରକ୍ଷଣକୁ ସିଏସକେ ପରିଚାଳନା ନିଶ୍ଚିତ କରିଛି ।
ଏନେଇ ଜଣେ ସିଏସକେ ଅଧିକାରୀ କହିଛନ୍ତି ଯେ ଅଧିନାୟକଙ୍କୁ ରଖିବା ପାଇଁ ପ୍ରଥମେ ସଂରକ୍ଷଣ କାର୍ଡ ବ୍ୟବହାର କରାଯିବ । ଏହା ସତ୍ୟ । ଧୋନିଙ୍କ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ତାଙ୍କ କ୍ଷେତ୍ରରେ, ଏହା ଦଳୀୟ ବିଷୟ ହେବ । ଆହୁରି ମଧ୍ୟ କୁହାଯଇଛି ଯ, ଦଳକୁ ଧୋନିଙ୍କ ଆବଶ୍ୟକତା ରହିଛି । ଏବଂ ନିଶ୍ଚିତ ହୁଅନ୍ତୁ ଯେ ସେ ଆସନ୍ତା ବର୍ଷ ଫେରିବେ । ଚତୁର୍ଥ ଥର ପାଇଁ ସିଏସକେ ପାଇଁ ଟାଇଟଲ୍ ଜିତିବା ପରେ ଧୋନି ଆଗାମୀ ଯୋଜନା ଉପରେ କହିଛନ୍ତି ଯେ ମୁଁ ଏହା ମଧ୍ୟ କହିଛି, ମୁଁ କେତେ ଦିନ ଖେଳିବି ତାହା ବିସିସିଆଇ ଉପରେ ନିର୍ଭର କରେ ।
