ନୃଶଂସ ସ୍ୱାମୀ : ୮ମାସର ଗର୍ଭବତୀ ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା
ବେତନଟି : ମୟୁରଭଞ୍ଜ ଜିଲାର ବେତନଟି ଥାନା ଜଗନ୍ନାଥପୁର ଗାଁରେ ଜଣେ ୮ମାସର ଗର୍ଭବତୀ ସ୍ତ୍ରୀକୁ ପିଶାଚ ସ୍ୱାମୀ କୁରାଢ଼ୀରେ ହାଣି ହତ୍ୟା କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଉଛନ୍ତି ସେହି ଗାଁର ୩୫ବର୍ଷୀୟ ମାଖନ ପୂର୍ତ୍ତିର ସ୍ତ୍ରୀ ମଙ୍ଗୁଳି (୨୮) l
ସୂଚନା ମୁତାବକ କୌଣସି ଘଟଣାକୁ ନେଇ ଉତ୍ତ୍ୟକ୍ତ ମାଖନ ଘରେ ଥିବା ଏକ ଧାରୁଆ କୁରାଢ଼ୀରେ ଗର୍ଭବତୀ ସ୍ତ୍ରୀ ମଙ୍ଗୁଳୀକୁ ଆକ୍ରମଣ କରିଥିଲା । ତେବେ ଘଟଣାସ୍ଥଳରେ ହିଁ ମଙ୍ଗୁଳୀର ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ମାଖନ ଫେରାର ହୋଇଯାଇଛି l ଖବର ପାଇ ବେତନଟି ପୁଲିସ ସାଇଣ୍ଟିଫିକ ଟିମ ସହାୟତାରେ ହତ୍ୟାକାଣ୍ଡ ସ୍ଥାନରେ ପହଞ୍ଚିଛି । ଅଭିଯୁକ୍ତ ସ୍ୱାମୀକୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ କରିଛି ବେତନଟି ପୋଲିସ l
