ନୂତନ ବର୍ଷ ପାଇଁ ମା’ ବିରଜାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ଯାଜପୁର : ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ନୂତନ ବର୍ଷ ପାଇଁ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼ ହୋଇଥିଲା ।ବିଭିନ୍ନ ଅଞ୍ଚଳରୁ ଓ ଯାଜପୁରରରୁ ଶ୍ରଦ୍ଧାଳୁ ମାନେ ଆଜି ପ୍ରତ୍ୟୁଷରେ ମା’ଙ୍କର ମୁଖ ଦର୍ଶନ କରି ପୂଜାର୍ଚ୍ଚନା କରି ଆଶିଷ କାମନା କରିଥିଲେ । ଚଳିତ ବର୍ଷଟି ସେମାନଙ୍କ ପାଇଁ ଶୁଭଙ୍କର ହେବା ପାଇଁ ମା’ଙ୍କର ଆଶିର୍ବାଦ ଲୋଡ଼ି ପ୍ରାର୍ଥନା କରିଥିଲେ । ମନ୍ଦିର ପରିସରରେ ଶାନ୍ତି ଶୃଙ୍ଖଳା ରଖିବା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
