ବାଙ୍ଗରା ପଂଚାୟତ ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ
ଧର୍ମଶାଳା : ଯାଜପୁର ଜିଲା ବିଂଝାପୁର ବ୍ଳକ ବାଙ୍ଗରା ପଂଚାୟତସ୍ଥ ଛନ୍ଦା ନିକଟରେ ବହି ଯାଇଥିବା ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ଫଳରେ ନଦୀକୂଳିଆ ଲୋକେ ଭୟଭୀତ ହୋଇପଡିଛନ୍ତି । ବିଶ୍ୱାଳସାହି ଓ ସେଠୀ ସାହି ଖରସ୍ରୋତା ନଦୀରେ ୩ରୁ ୪ଟି କୁମ୍ଭୀର କୂଳରେ ଖେଳୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛଇ ଦିନ ହେବ ଏଠାକୁ କୁମ୍ଭୀରମାନେ ଆସି ନଦୀ କୂଳରେ ଖରା ପହୁଁ ଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ନଦୀକୁ ନ ଯିବା ପାଇଁ ଲୋକମାନଙ୍କୁ ବାରଣ କରାଯାଇଛି । ଏନେଇ ବନବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ କୁମ୍ଭୀରମାନଙ୍କୁ ଉଦ୍ଧାର କରିବାକୁ ଗ୍ରାମବସୀ ଦାବି କରିଛନ୍ତି ।
