ଦିଲ୍ଲୀରେ ବିଗୁଡୁଛି କରୋନା ସ୍ଥିତି : ୩୦୦ ପୁଲିସ କର୍ମୀ ସଂକ୍ରମିତ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବିଗୁଡୁଛି କରୋନା ସ୍ଥିତି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦେଉଥିବା ବେଳେ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରାଜଧାନୀ ଦିଲ୍ଲୀରେ ଏବେ ୩୦୦ ରୁ ଅଧିକ ପୁଲିସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ସହିତ ଜନସମ୍ପର୍କ ଅଧିକାରୀ ଏବଂ ଅତିରିକ୍ତ କମିସନର ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।
ସୂଚନା ଯେ, କରୋନା ସଂକ୍ରମଣରେ ବଢୁଥିବା ଗ୍ରାଫକୁ ନେଇ ଏବେ ଭୟଭୀତ ଅଛନ୍ତି ଦିଲ୍ଲୀବାସୀ। ରବିବାର ଦିନ ୨୨ହଜାର କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ଜଣଙ୍କ ମୃତ୍ୟୁ ହୋଇଥିଲା। ଯାହା ଦିଲ୍ଲୀରେ କୋରୋନା ସଂକ୍ରମଣ ୨୩.୫୩ ପ୍ରତିଶତରେ ପହଞ୍ଚିଛି।
