ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ କ୍ରିକେଟର ପୃଥ୍ୱୀ
ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ କ୍ରିକେଟର ପୃଥ୍ୱୀ ଶ। ସେ ମୁମ୍ବାଇର ଭିଆଇପି ଏରିଆ ବାନ୍ଦ୍ରା ଠାରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି। ଅନେକ ସେଲିବ୍ରେଟିଙ୍କ ଘର ଥିବା ମୁମ୍ବାଇର ‘କ୍ୱିନ୍ ଅଫ୍ ସୁବର୍ସ’ରେ ଆପାର୍ଟମେଣ୍ଟ କିଣିଛନ୍ତି ପୃଥ୍ୱୀ।
ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ, ୨୨ ବର୍ଷୀୟ ପୃଥ୍ୱୀ ଶ ୧୦.୫ କୋଟି ଟଙ୍କାରେ ଦାମିକିଆ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ପ୍ରପର୍ଟିକୁ ପିରାମିଡ ଡେଭଲପର୍ସ ଏବଂ ଅଲ୍ଟ୍ରା ଲାଇଫ୍ସ୍ପେଶ୍ ଡେଭଲପ୍ କରିଚନ୍ତି। ଯେଉଁଥିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ରହିଛି। ଏବଂ ଛାତ ଓସାର ୧,୬୫୪ ସ୍କୋୟାର ଫିଟ୍ ରହିଛି। ତା ସହିତ ଏହି ଆପାର୍ଟମେଣ୍ଟର ଶଙ୍କୁ ୩ ଟି କାର୍ ପାର୍କିଂ କରିବାକୁ ସୁବିଧା ମିଳିବ।
