ଝାରସୁଗୁଡ଼ା ପ୍ରେସ ଓ ପୋଲିସ ଦଳ ମଧ୍ୟରେ କ୍ରିକେଟ ମ୍ୟାଚ୍
ଝାରସୁଗୁଡ଼ା : ଝାରସୁଗୁଡ଼ାର ପ୍ରେସ ଓ ଜିଲା ପୋଲିସ ମଧ୍ୟରେ ଏକ ବନ୍ଧୁତା ପୂର୍ଣ କ୍ରିକେଟ ମ୍ୟାଚ ସ୍ଥାନୀୟ ରିଜର୍ଭ ପଡିଆ ରେ ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡା ଏସ.ପି ବିକାଶ ଚନ୍ଦ୍ର ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇଥିଲେ । ଅତିରିକ୍ତ ଏସ୍.ପି ଲମ୍ବୋଦର ବୁଡା ଝାରସୁଗୁଡ଼ା ଜିଲା କ୍ରୀଡା ସଂଘର ଉପ- ସଭାପତି ଜୀବନ ମହାନ୍ତି, ଝାରସୁଗୁଡ଼ା ଜିଲା କ୍ରିକେଟ ଆସୋସିଏନର ସଭାପତି ପ୍ରଜ୍ଜଲ ପଟେଲ, ପୋଲିସ ଅପିଂସର ନିଳାମ୍ବର ସ୍ୱାଇଁ, ଓଡାଣ ବାସକେ, ବିଜୟ ମୁଦୁଲି, ଅଶୋକ ମହାପାତ୍ର ପ୍ରଭୃତି ଉପସ୍ଥିତ ରହି ଥିଲେ । ଜିଲା ପୋଲିସ୧୫ଓଭରରେ ୧୧୦ ରନ କରି ଥିବା ବେଳେ ଝାରସୁଗୁଡ଼ାର ପ୍ରେସ ୧୫ ଓଭରେ ୯ଉଇକେଟ ହରାଇ ୭୫ ରନ କରି ଥିଲା ୩୫ ରନ୍ରେ ପରାସ୍ତ ହୋଇ ଥିଲା ଏହ ିଖେଳ କୁ ପ୍ରଜ୍ଜଲ ପଟେଲ ଓ ନିମ୍ବଳ ହାତି, ଦୀପକ ସାହୁ ପରିଚାଳନା କରିଥିଲେ ।
