ସି.ପି.ଆଇ. ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗ୍ରାମାଂଚଳରୁ ଆନ୍ଦୋଳନ ଡାକରା
କେନ୍ଦ୍ରାପଡ଼ା : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ପରିବର୍ଦ୍ଧିତ ଜିଲ୍ଲା ପରିଷଦ ବୈଠକ ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ହୋଇ ପ୍ରାରମ୍ଭରେ ଦେଶ ପାଇଁ ଜୀବନ ଦେଇଥିବା ସାଥିମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ବିଗତ ଦିନର କାର୍ଯ୍ୟକ୍ରମ ଓ ଆଗାମି କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ସମ୍ପାଦକ ସାଥି ରମଣୀ ରଞ୍ଜନ ରାଉତରାୟ ରିର୍ପୋଟ ଆଗତ କରିଥିଲେ । ଉକ୍ତ ବୈଠକରେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଯେଭଳି ଭାବରେ ଚାଲିଛି ସେ ସମ୍ପର୍କରେ କ୍ଷୋଭ ପ୍ରକାଶ କରିବା ସହିତ ଦେଶର ସମ୍ବିଧାନ ଆଜି ବିପନ୍ନ ହୋଇ ପଡିଥିବା ବେଳେ ଦେଶକୁ ପୂର୍ବ ସୁରିମାନେ ଯେଉଁ ଭଳି ଜୀବନ ଦେଇଥିଲେ ସେ ଅତୀତ ଆଜି କେହି ବୁଝିବାକୁ ନାରାଜ । ରାଷ୍ଟ୍ରାୟତ ଉଦ୍ୟୋଗ ବନ୍ଦର, ରେଳପଥ, ରାସ୍ତା, ବ୍ୟାଙ୍କ,ବୀମା, ନଦୀ, ସାଗର, ଖଣିକୁ ବିକ୍ରି କରି ଏ ସରକାର ମାନେ ଚଳୁଛନ୍ତି । ଓଡିଶା ସରକାର ଓଡିଶାକୁ ସୁରକ୍ଷା ଦେବା କଥା ପଛରେ ପକାଇ କୁଟିଆ ଅଂଚଳ ଠାରୁ ଆରମ୍ଭ କରି ମହାନଦୀ ପାଣି ସଂପର୍କରେ ସଲାକୁସ୍ତି କରୁଥିବା ବେଳେ ଖାଲି ଲୁହା ଖଣିକୁ ବିକ୍ରି କରିବାର ଯୋଜନା କରୁଛନ୍ତି । କେତେ ନିଯୁକ୍ତି ଦେଦିଆଯିବ ସେ ସମ୍ପର୍କରେ କିଛି ନିଷ୍ପତ୍ତି ନାହିଁ । ଆମ ଜିଲ୍ଲା କେନ୍ଦ୍ରାପଡାରେ ତୁରନ୍ତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ପାସେଞ୍ଜର ଟ୍ରେନ ଚାଲୁ କରିବା, ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଆଦି ଦାବୀକୁ ନେଇ ପାର୍ଟି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ସହ ସମ୍ପାଦକ ସାଥି ଆଦିକନ୍ଦ ରାଉଳ, ପୂର୍ବତନ ସମ୍ପାଦକ ସାଥି ବାବାଜି ଧଳ, ମାର୍ଶାଘାଇ ମହାକାଳପଡା ଜୋନ ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରା, କେନ୍ଦ୍ରାପଡା ଡେରାବିଶ ଜୋନ ସମ୍ପାଦକ ସାଥି ସୁବାଶିନୀ ଭଦ୍ର, ଆଳି ରାଜକନିକା ସମ୍ପାଦକ ସାଥି ସୋହାନା ବେଗମ,ସାଥି ସୀତାକାନ୍ତ ନାୟକ, ସାଥି ସଞ୍ଜୟ ବସନ୍ତିଆ, ରାମଚଣ୍ଡୀ କୃଷକ ସଭା ସଭାପତି ସାଥି ପ୍ରଶାନ୍ତ କୁମାର ଚୈାଧୁରୀ, ଉପସଭାପତି ସାଥି ଧିରେନ ସାମଲ, ସମ୍ପାଦକ ସାଥି ହରେକୃଷ୍ଣ ମାଟି, ସାଥି ପ୍ରଦୀପ ବେହେରା, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ଆବାହକ ସାଥି ପଦ୍ମନାଭ ଦାସ, ସାଥି କୁବେର ସାହୁ, ସାଥି ଦିବାକର ସାହୁ, ସାଥି ନିରଞ୍ଜନ ଦାଶ, ସାଥି ମନୋଜ ଓଝା, ସାଥି ରମେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
