ସୂର୍ଯ୍ୟକିରଣ ଏୟାର ଶୋ ପାଇଁ ସ୍ଥିତି ଅନୁଧ୍ୟାନ କଲେ ସିପି
ଭୁବନେଶ୍ୱର : ଆସନ୍ତା ୧୬ ତାରିଖରେ କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ଏୟାର ଶୋ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏୟାର ଶୋ ପୂର୍ବରୁ ସୋମବାର ଦିନ ଗ୍ରାଉଣ୍ଡ ସ୍ଥିତି ପରଖିଛନ୍ତି ପୋଲିସ କମିଶନର ଏବଂ ଡିସିପି । ପ୍ରଦର୍ଶନୀ ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କିପରି ହେବ ତାର ଯାଂଚ କରାଯାଇଛି ।
ସୂଚନା ଯେ, ୧୬ ତାରିଖ ଦିନ କୁଆଖାଇ ନିକଟ ବାଲିଯାତ୍ରା ପଡିଆରେ ବାୟୁସେନାର ୯ଟି ଲଢୁଆ ବିମାନ କଳାକୌଶଳ ପ୍ରଦର୍ଶନ କରିବ । ଦର୍ଶକ ୪୫ ମିନିଟର ଚିତାକର୍ଷକ ଶୋ’ଦେଖିବେ । ୪୫ ମିନିଟର ଏହି ସୋ ପାଇଁ ୧୦ ଟାରୁ ୧୧ ଟା କିମ୍ବା ୪ଟା ୧୫ରୁ ୫ଟା ୧୫ ଯାଏଁ ସମୟ ଧାର୍ଯ୍ୟ କରାଯାଇଛି । ପାଣିପାଗକୁ ଦୃଷ୍ଟିରେ ରଖି ଯେକୌଣସି ଗୋଟିଏ ସମୟରେ ଏହି ଏୟାର ସୋ କରାଯିବ । ଏଥିପାଇଁ ଏୟାର ଟ୍ରାଫିକ୍ କେଂଟ୍ରାଲର ଅନୁମତି ଦେବ । ଏୟାର ସୋ କୁ ଦେଖିବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯିବାର କାର୍ଯ୍ୟକ୍ରମ ରହିଛି ।
ହାଇଟେକ ଛକରୁ ଜରିପାଟଣା ରାସ୍ତାରେ କିଭିଳି ଜାମ ନ ହେବ ସେ ନେଇ ଟ୍ରାଫିକ ପୋଲିସ ନଜର ରଖିବ । କୁଆଖାଇ ନଦୀ ପଠା ଓ ଅପରେ ପଟେ ସୁରକ୍ଷା ଲାଗି ପୋଲିସ କର୍ମଚାରୀ ମୁତୟନ ହେବେ । ସେହିଭଳି ପୂର୍ତ ବିଭାଗ ପକ୍ଷରୁ ମାଟି ପକାଇ ସମତୁଳ କରିବା ସହିତ ପ୍ରସ୍ତୁତି ଜାରିରଖିଛି । ସେହିପରି ପୁରୀରେ ଥିବା ରାଜଭବନ ନିକଟରେ ଆସନ୍ତା ୧୮ ତାରିଖରେ ଏହି ସୋ ହେବ ।
