କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ
ଭୁବନେଶ୍ୱର : କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ସେ ଏ ନେଇ ନିଜେ ଟ୍ବିଟରରେ ସୂଚନା ପ୍ରଦାନ କରିଛନ୍ତି ।
ଦିଲ୍ଲୀପ ଆଇସୋଲେସନରେ ରହିଛନ୍ତି । ତାଙ୍କଠାରେ କରୋନାର ସ୍ବଳ୍ପ ଲକ୍ଷଣ ଦେଖାଦେଇଥିଲା । ଏହାପରେ ସେ ଡାକ୍ତରଙ୍କ ପରାମର୍ଶରେ ଆଇସୋଲେସନରେ ଅଛନ୍ତି । ସୂଚନା ଯେ, ଗତ ବର୍ଷ ମାର୍ଚ୍ଚ ମାସ ୮ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ବିଟର ଯୋଗେ ସୂଚନା ଦେଇଥିଲେ ।
