କୋଭାଭାକ୍ସ ବୁଷ୍ଟର ଡୋଜ, ତୃତୀୟ ପର୍ଯ୍ୟାୟ କ୍ଲିନ୍କାଲ ଟ୍ରାୟଲ ପାଇଁ ସୁପାରିଶ
ନୂଆଦିଲ୍ଲୀ : ଦିନକୁ ଦିନ କୋରୋନା ଭାଇରସର ନୂଆ ମ୍ୟୁଟାଣ୍ଟ ବାହାରୁଛି। ଏହାକୁ ରୋକିବା ଲାଗି ବିଶ୍ବସ୍ତରରେ ସମସ୍ତ ବୈଜ୍ଞାନିକ ଟୀକାକରଣକୁ ଗୁରୁତ୍ବ ଦେଇଛନ୍ତି। ଦେଶରେ ଟିକାକରଣ ଜୋରସୋର ଚାଲିଥିବା ବେଳେ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି। ସେହିପରି ତୃତୀୟ ପର୍ଯ୍ୟାୟ କ୍ଲିନ୍କାଲ ପରୀକ୍ଷଣ ପାଇଁ ଅନୁମତି ଦେବାକୁ ଭାରତର କେନ୍ଦ୍ରୀୟ ଔଷଧ ପ୍ରାଧିକରଣ ସୁପାରିଶ କରିଛି।
ତେବେ ଏହି ଟିକାକୁ ବୁଷ୍ଟର ଡୋଜ ଭାବେ ବୟସ୍କ ଲୋକଙ୍କୁ ଦିଆଯିବା ଲାଗି ଅନୁମତି ଦେବା ଲାଗି ସରକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଗତ ବର୍ଷ ୨୮ ଡିସେମ୍ବର ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲେ। ସେହି ଦିନ ଠାରୁ କୋଭୋଭାକ୍ସକୁ ଦେଶରେ ଇନୋକୁଲେସନ୍ କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ କରାଯାଇଛି। ଏପଟେ କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନର ବିଶେଷଜ୍ଞ କମିଟି ବୁଷ୍ଟର ସିଙ୍ଗଲ ଡୋଜ୍ ଟୀକାରଣ ଲାଗି ସ୍ଫୁଟିନିକ୍ ଭି ଲାଇଟ୍ ଟିକାକୁ ତୃତୀୟ ପର୍ଯ୍ୟାୟ ଟ୍ରାୟଲ ପାଇଁ ଶୁକ୍ରବାର ଅନୁମତି ଦେଇଛନ୍ତି। କୋଭାଭାକ୍ସକୁ ତୃ଼ତୀୟ ପର୍ଯ୍ୟାୟ କ୍ଲିନ୍କାଲ ଟ୍ରାୟଲ ସହ ବୁଷ୍ଟର ଡୋଜ ଭାବେ ଅନୁମତି ଦେବା ଲାଗି ପରୀକ୍ଷା କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା।
