କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି : ନିର୍ବନ୍ଧ ପରେ ଯୁବତୀଙ୍କୁ ପଠାଇ ପାରିବେ ଅଶ୍ଲୀଳ ମେସେଜ୍, ଜାଣନ୍ତୁ ପୂରା ଖବର
ନୂଆଦିଲ୍ଲୀ : ନିର୍ବନ୍ଧ ପରେ ଯୁବତୀଙ୍କୁ ଅଶ୍ଲୀଳ ପଠାଇ ପାରିବେ ଯୁବକ। ମୁମ୍ବାଇର ଏକ କୋର୍ଟ ଏହିଭଳି ଏକ ନିଷ୍ପତ୍ତି ଶୁଣାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିବାହ କରିବାକୁ କଥା ଦେଇ ରେପ୍ କରିଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଥିଲେ। ଏହାର ଶୁଣାଣି କରିବାକୁ ଯାଇ ମାନ୍ୟବର କୋର୍ଟ ଅଭିଯୁକ୍ତ ଯୁବକଙ୍କୁ ଖଲାସ କରିବା ସହିତ ଏହିଭଳି ନିଷ୍ପତ୍ତି ଶୁଣାଇଛନ୍ତି। ନିର୍ବନ୍ଧ ପରେ ଏଭଳି ମେସେଜ୍ ଏବଂ ଭାବନାର ଆଦାନ ପ୍ରଦାନ ହେବା ଦ୍ୱାରା ଜଣେ ଅନ୍ୟଜଣଙ୍କୁ ବୁଝିବାରେ ସକ୍ଷମ ହେବେ ବୋଲି କୋର୍ଟ କହିଛି।
ମିଳିଥିବା ସୂଚନା ଅନୁଯାଇ ଏହି ଯୁବକଙ୍କର ୨୦୦୭ ମସିହାରେ ଉକ୍ତ ଯୁବତୀଙ୍କ ସହିତ ଏକ ମାଟ୍ରିମୋନିଆଲ ୱେବସାଇଟରେ ଦେଖା ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିବା ସହିତ ଯୁବକ ଜଣକ ବିବାହ ପ୍ରତିଶୃତି ଦେଇଥିଲେ। ଏପରିକି ଯୁବକ ଜଣକ ବିବାହ କରିବା ପାଇଁ ଏକ ଆର୍ଯ୍ୟ ସମାଜ ମନ୍ଦିରକୁ ମଙ୍ଗଳ ସୂତ୍ର ସହ ଯାଇଥିଲେ। କିନ୍ତୁ, ତାଙ୍କ ମାଆ ଏହି ବିବାହରେ ରାଜି ନ ହେବାରୁ ସେ ଯୁବତୀଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ଦେଇଥିଲେ।
ଏହାପରେ ୨୦୧୦ ମସିହାରେ ଯୁବତୀ ଜଣକ ଯୁବକଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଥିଲେ। ଏହି ଘଟଣାର ଶୁଣାଣି କରିବାକୁ ଯାଇ କୋର୍ଟ ରାୟ ଶୁଣାଇଥିଲେ ଯେ ବିବାହ ପାଇଁ କଥା ଦେଇ ମନା କରିବାକୁ ଧୋକା ବା ଦୁଷ୍କର୍ମ କୁହାଯାଇ ପାରିବ ନାହିଁ। ଯୁବକ ନିଜର ମା’ଙ୍କ ଇଚ୍ଛା ମାନିବାକୁ ଯାଇ ଏହି ବିବାହରୁ ଓହରି ଯାଇଥିଲେ ତେଣୁ ଏହା ମିଛ ପ୍ରତିଶୃତି ଦେଇଥିବାର ମାମଲା ନୁହେଁ। ଏଥିସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଭାବି ପତି ବା ନିର୍ବନ୍ଧ ପରେ ପ୍ରେମିକ ତାର ଭାବି ପତ୍ନୀକୁ ସେକ୍ସ ଉଦ୍ଦେଶ୍ୟରେ କହି ପାରିବ। ଏହାକୁ କିପରି ଭାବରେ ନେବାକୁ ହେବ ସମ୍ପୂର୍ଣ୍ଣ ଭାବରେ ଉକ୍ତ ଯୋଡ଼ି ଉପରେ ନିର୍ଭର କରିଥାଏ। ପରିଶେଷରେ କୋର୍ଟ ଉକ୍ତ ମାମଲାର ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଦେଇଛି।
