ନାବାଳିକାକୁ ନିର୍ଯାତନା ଘଟଣାରେ ଦମ୍ପତି ଗିରଫ
ଭୁବନେଶ୍ୱର : ନାବାଳିକାକୁ ଅକଥନୀୟ ନିର୍ଯାତନା ମାମଲାରେ ଦମ୍ପତିଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ବିଭୂତି ପାଟ୍ଟଶାଣୀ ଓ ତାଙ୍କ ପତ୍ନୀ ସୋନାଲି ପାଟ୍ଟଶାଣୀ । ଗତକାଲି ଅଭିଯୋଗ ପରେ ବୁଧବାର ସେମାନଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ସୂଚନା ଅନୁଯାୟୀ ନାବାଳିକାକୁ ପାଠ ପଢ଼ାଇବା ଲୋଭ ଦେଖାଇ ରାଜଧାନୀ ଆଣି ଚାକରାଣୀ ପରି ଖଟାଉଥିଲେ । ଘର କାମରେ ଭୁଲ୍ କରିବାରୁ ନାବାଳିକାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ । ଗତକାଲି ମାଡ଼ ମାରି ନିର୍ଦ୍ଦୟ ଭାବେ ନାବାଳିକାକୁ ଗୁରୁତର ଅବସ୍ଥାରେ ରାସ୍ତାରେ ଫିଙ୍ଗିଦେଇଥିଲେ । ଖବର ପାଇ ସାଲିଆ ସାହି ଅଂଚଳରୁ ଚାଇଲ୍ଡ ଲାଇନ ସହାୟତାରେ ନାବାଳିକାକୁ ପୋଲିସ ଉଦ୍ଧାର କରିଥିଲା । ଗୁରୁତର ନାବାଳିକା ଏବେ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛି ।
