ଚୀନକୁ ଉଚିତ ଜବାବ : ଗଲୱାନ୍ ଉପତ୍ୟାକାରେ ତ୍ରିରଙ୍ଗା ଉଡାଇଲା ଭାରତୀୟ ସେନା
ନୂଆଦିଲ୍ଲୀ : ଭାରତୀୟ ସେନା ଗଲୱାନ ଘାଟିରେ ଚୀନକୁ କଡ଼ା ଜବାବ ଦେଇଛି। ନୂଆ ବର୍ଷ ଅବସରରେ ଭାରତୀୟ ସେନା ପକ୍ଷରୁୠଲୱାନ ଘାଟିରେ ତ୍ରିରଙ୍ଗା ଉଡ଼ାଇବାର ଫଟୋ ସାମ୍ନାକୁ ଆସିଛି। ଉକ୍ତ ଫଟୋରେ ପ୍ରାୟ ୩୦ଜଣ ଯବାନ ତ୍ରିରଙ୍ଗା ସହ ନଜର ଆସୁଛନ୍ତି। ଗୋଟିଏ ପତାକା ଭାରତର ଆଉଟପୋଷ୍ଟରେ ଉଡ଼ୁଥିବାବେଳେ ଅନ୍ୟ ଏକ ପତାକା ସୈନିକଙ୍କ ହାତରେ ଥିବା ଦେଖିବାକୁ ମିଳିଛି।
ସିନା ଦେଖାଇଲା ଭାରତୀୟ ସେନା । ଡ୍ରାଗନର ଆଖି ସହ ଆଖି ମିଳାଇ ଦମ୍ଭ ଦେଖାଇଛି ଭାରତୀୟ ସେନା । ବହୁ ଚର୍ଚ୍ଚିତ ଗଲୱାନ୍ ଉପତ୍ୟାକାରେ ଉଡ଼ିଛି ଭାରତୀୟ ତ୍ରିରଙ୍ଗା । ପୂର୍ବଲଦାଖର ଗଲୱାନ ଉପତ୍ୟାକାରେ ନୂଆ ବର୍ଷ ଦିନ ଉଡ଼ଛି ଜାତୀୟ ପତାକା । ଭାରତୀୟ ସେନା ପକ୍ଷରୁ ସେଠାରେ ଜାତୀୟ ପତାକା ଉଡ଼ାଯାଇଛି । ଏନେଇ ଫଟୋ ସହ ଟ୍ୱିଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ । ଦିନକ ପୂର୍ବରୁ ଗଲୱାନ ଭେଲିରେ ଚୀନ ସେନା ପକ୍ଷରୁ ସେମାନଙ୍କ ପତାକା ଉଡ଼ା ଯାଇଥିବା ସେଠାକାର ସରକାରୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଆଉ ଏହା ପରେ ଉପରୋକ୍ତ ଚିତ୍ର ସାମ୍ନାକୁ ଆସିଛି । ତେବେ ଚୀନର ସରକାରୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭିଡିଓକୁ ନେଇ ଭାରତୀୟ ସେନା ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ଭାରତ ଓ ଚୀନ ମଧ୍ୟରେ ସ୍ଥିରିକୃତ ସୀମାରେଖାକୁ ଚୀନ ସେନା ଉଲଂଘନ କରିଥିବା ସେନା କହିଛି । ୨୦୨୦ରେ ଗଲୱାନ ଘାଟିରେ ଭାରତ-ଚୀନ ସୈନ୍ୟ ମୁହାମୁହିଁ ହୋଇ ଭୟଙ୍କର ସଂଘର୍ଷର ରୂପ ନେଇଥିଲା । ଏହା ପରେ ବହୁ ବାର ଉଭୟ ଦେଶ ମଧ୍ୟରେ କୂଟନୀତିକ ଏବଂ ସାମରିକସ୍ତରରେ ବୈଠକ ହୋଇ ସମାଧାନ ପାଇଁ ଉଦ୍ୟମ କରାଯାଇଛି । ଏହା ପରେ ବିବାଦୀୟ ସ୍ଥାନରୁ ଚୀନ ପଛକୁ ହଟିଥିଲା । ଅପରପକ୍ଷରେ ଚୀନର ଆଧିପତ୍ୟ ବିସ୍ତାର ନୀତିକୁ ଏବେ ଆଉ ଚିତ୍ର ପଦାକୁ ଆସିଛି । ବିବାଦୀୟ ସୀମା ଏଲଏସିରେ ପାଙ୍ଗୋଙ୍ଗ ହ୍ରଦରେ ଚୀନ ସେତୁ ନିର୍ମାଣ କରୁଥିବା ଜଣାପଡ଼ିବା ପରେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ସେତୁଟି ଚୀନ ତା’ନିଜ ପଟରେ ନିର୍ମାଣ କରୁଥିଲେ ମଧ୍ୟ ଏହା ଏଲଏଏସିଠାରୁ ବେଶୀ ଦୂର ନୁହଁ । ଯେଉଁ ଅଂଚଳକୁ ଭାରତ ତାର ନିଜ ଇଲାକାଭାବେ ଦାବି କରୁଛି ସେଠାରେ ଏହି ହ୍ରଦ ନିର୍ମାଣ ହେଉଥିବା ଚର୍ଚ୍ଚା ହେଉଛି । ଏବେ ଏହି ସେତୁର ଫଟୋ ଉପଗ୍ରହ ମାଧ୍ୟମରେ ଉତ୍ତୋଳନ ହୋଇଛି । ପ୍ରାୟ ୨ ମାସ ହେଲେ ଚୀନ ଏଠାରେ ସେତୁ ନିର୍ମାଣ କରୁଥିବା ସୂଚନା ମିଳିଛି । ଏଲଏଏସିର ୨୫ରୁ ୩୦ କମି ଦୂରରେ ଏହି ସେତୁ ନିର୍ମାଣ କରୁଛି ଡ୍ରାଗନ । ଏହି ସେତୁ ନିର୍ମାଣ ହେଲେ ଉଭୟପଟକୁ ଚୀନ ସୈନିକଙ୍କ ପାଇଁ ଗମନାଗମନ ସହଜ ହୋଇଯିବ । ଏଥିସହ ଯୁଦ୍ଧାସ୍ତ୍ର ପରବିହନରେ ମଧ୍ୟ ଖୁବ୍ ସରଳ ହୋଇଯିବ ।
ସୂଚନା ଯେ, ଏହାପୂର୍ବରୁ ଚୀନ ସେନା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା। ଉକ୍ତ ଭିଡିଓରେ ଗଲୱାନର ନିଜ କ୍ଷେତ୍ରରେ ଜାତୀୟ ପତାକା ଉଡ଼ାଇବା ସହ ସଙ୍ଗୀତ ଗାଉଥିଲେ। ଆଉ ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ମଧ୍ୟ ଫଟୋ ଜାରି କରିଛି।
