ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ, କିଛି ଦିନ ମଧ୍ୟରେ ସ୍ୱାଭାବିକ ହେବ ସ୍ଥିତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ତେଣୁ କିଛି ଦିନ ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । କରୋନାର ସ୍ଥିତିକୁ ନେଇ ଏଭଳି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ କହିଛନ୍ତି ଯେ, ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ ଗହଳି କରିବା ଉଚିତ୍ ନୁହେଁ । ମହାମାରୀ ନିୟମ ଅନୁଯାୟୀ କଟକଣା ଧିରେ ଧିରେ କୋହଳ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ସରସ୍ୱତୀ ପୂଜା ପାଇଁ ଅନୁମତି ଦେଇଛନ୍ତି । ଏହାପରେ ସ୍କୁଲ ଖୋଲିବା ପାଇଁ ନିଷ୍ପତି ନିଆଯିବ । ତେଣୁ ସମସ୍ତେ ସତର୍କ ରହିଲେ କରୋନା ସଂକ୍ରମଣ ପରାସ୍ତ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
