ଅକ୍ଟୋବର ମାସରେ ଆସିପାରେ କରୋନାର ତୃତୀୟ ଲହର : ଏନଆଇଡିଏମ
ନୂଆଦିଲ୍ଲୀ : ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାନ (ଏନଆଇଡିଏମ)ର ମୁତାବକ ଅକ୍ଟୋବର ମାସରେ ଆସିପାରେ କରୋନାର ତୃତୀୟ ଲହର । ଏନଆଇଡିଏମ ଏନେଇ ପ୍ରସ୍ତୁତ ରିପୋର୍ଟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପ୍ରଦାନ କରିଛି । ଏହା ପୂର୍ବରୁ ବିଦେଶୀ ଏଜେନ୍ସୀ ମଧ୍ୟ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଦେଶରେ କରୋନାର ତୃତୀୟ ଲହର ଆସିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲା ।
ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାନର ଏକ୍ସପର୍ଟ କମିଟିର ରିପୋର୍ଟରେ ହସ୍ପିଟାଲରେ ଶିଶୁ ମାନଙ୍କ ନିମନ୍ତେ ଚିକିତ୍ସା ଉପକରଣର ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ରିପୋର୍ଟରେ ତୃତୀୟ ଲହରର କାରଣ ଡେଲ୍ଟା ପ୍ଲସ୍ ଭେରିୟଂଟ ବୋଲି ଦର୍ଶାଯାଇଛି । ଯଦିଓ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ମୁତାବକ ଦେଶରେ ୨ ଅଗଷ୍ଟ ପର୍ଯ୍ୟନ୍ତ କରୋନାର ଡେଲ୍ଟା ପ୍ଲସ୍ ଭେରିୟଂଟର ୭୦ ମାମଲା ସାମ୍ନାକୁ ଆସିଥିବା କୁହାଯାଇଛି । ଏହାର ଯାଂଚ୍ ପାଇଁ ୧୬ ରାଜ୍ୟରୁ ୫୮,୨୪୦ ସାମ୍ପଲର ଯାଂଚ୍ କରାଯାଇଛି ।
