ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ, ଚିନ୍ତାରେ ‘ହୁ’
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଡେଲାଟା ଭାରିଆଣ୍ଟଠାରୁ ଏହା ଅଧିକ ମାରାତ୍ମକ ବୋଲି କୁହାଯାଇଥିବା ବେଳେ ଏହାର ନାଁ ଏବେ ନିଉ ଭାରିଆଣ୍ଟ ବୋଲି ଦିଆଯାଇଛି। ପୂର୍ବରୁ କରୋନାର ବିଭିନ୍ନ ଭାରିଆଣ୍ଟର ନାଁ ଆଲଫା, ବେଟା, ଗାମା ଏବଂ ଡେଲଟା ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଭାରିଆଣ୍ଟକୁ ନିଉ ଭାରିଆଣ୍ଟର ନାଁ ଦିଆଯାଇଛି। ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି। କେବଳ ଦକ୍ଷିଣ ଆଫ୍ରିକାରେ ନୁହେଁ ଅନ୍ୟ ଦେଶର ଲୋକ ମଧ୍ୟ ନିଉ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହେଉଥିବା ଦେଖାଯାଉଛି।
ବୈଠକ ପରେ ହୁ ମୁଖପାତ୍ର କହିଛନ୍ତି ଯେ, ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ନୂଆ ଭାରିଆଣ୍ଟ ଅନେକ ଥର ରୂପାନ୍ତରିତ ହୋଇଛି। ହେଲେ ଅଧିକ ସୂଚନା ପାଇଁ ଏବେ ଆହୁରି ଅଧ୍ୟୟନ କରିବାକୁ ହେବ । ନୂଆ ଭାରିଆଣ୍ଟ କେତେ ପ୍ରଭାବିତ କରିବ, ତାହା ଜାଣିବା ପାଇଁ କିଛି ସପ୍ତାହ ଲାଗି। ଭାରିଆଣ୍ଟ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନକାରୀମାନେ କାର୍ଯ୍ୟ କରୁଛନ୍ତି।
