ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବ ୩ୟ ଲହର
ଭୁବନେଶ୍ୱର : ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବ ମହାମାରୀ କରୋନାର ୩ୟ ଲହର । ଫଳରେ ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ । ଯାହା ଆବଶ୍ୟକ ରହିଛି ସେ ନେଇ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଭିତ୍ତି ଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟ୍ରେନିଂ ମଧ୍ୟ ଦିଆଯାଉଛି। ସର୍ଭିଲାନ୍ସ ଅଧିକ ଗୁରୁତ୍ବ ଦିଆଯାଉଛି। ଜାତୀୟ ରାଜପଥ କଡ଼ରେ ଥିବା ଜାଗାରେ ସଂକ୍ରମଣ ବଢୁଛି। ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି । ତାହା ସବୁ ଅଡିଟ ରିପୋର୍ଟ । ସେଥିପାଇଁ ଭୟଭୀତ ହେବାର କିଛି ନାହିଁ। ଆଉ କିଛି ଦିନ ମଧ୍ୟରେ ଅଡିଟ ସରିଯିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ୫୪ ଜିଲାରେ ସଂକ୍ରମଣ ବଢୁଛି ବୋଲି ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି । ସବୁଠାରୁ ଆଶ୍ୱସ୍ତିକର ଖବର ଯେ, ସେହି ୫୪ ଜିଲା ଭିତରେ ଓଡ଼ିଶାର କୌଣସି ଜିଲା ନାହିଁ। ମାତ୍ର ବର୍ତ୍ତମାନ ସୁଦ୍ଧା ଦ୍ଵିତୀୟ ଲହରରୁ ଆମେ ବାହାରି ନାହୁଁ। ଏହା ଏବେ ବି ଜାରି ରହିଛି। ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ତିନି ଅଙ୍କରେ ରହିଛି। ଵିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେହେତୁ ଏଠାକୁ ଅଧିକ ଲୋକ ଯିବା ଆସିବା କରୁଛନ୍ତି ସେଥିପାଇଁ ଅଧିକ ସଂକ୍ରମଣ ରହୁଛି। ତେବେ ଆମେ ତୃତୀୟ ଲହର ପାଇଁ ସମସ୍ତ ପ୍ରସ୍ତୁତି କରିଛୁ, ଯାହା ଆବଶ୍ୟକ ସେ କାର୍ଯ୍ୟ କରାଯାଉଛି। ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି। ଟ୍ରେନିଂ ଦିଆଯିବା ସହ ସର୍ଭିଲାନ୍ସ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଜାତୀୟ ରାଜପଥ କଡ଼ରେ ଥିବା ଅଞ୍ଚଳରେ ଏବେ ସଂକ୍ରମଣ ବଢୁଛି। ହେଲେ ଏବେ ଯେଉଁ ମୃତ୍ୟୁ ରିପୋର୍ଟ ଆସୁଛି ଏ ସବୁ ଅଡିଟ ରିପୋର୍ଟ। ସେଥିପାଇଁ ଭିୟଭିତ ହେବାର କିଛି ନାହିଁ।
