ଆଇଆଇଟି ମାଡ୍ରାସରେ କରୋନା ଆତଙ୍କ, ୧୨ ପଜିଟିଭ୍
ଚେନ୍ନାଇ : ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି। ଆଇଆଇଟି ମାଡ୍ରାସରେ କରୋନା ଆତଙ୍କ । ୧୨ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।
ସୂଚନା ଯେ, ତାମିଲନାଡୁରେ ମାସ୍କ ପିନ୍ଧିବା ଏବଂ କରୋନା ଭାଇରସ ପ୍ରୋଟୋକଲକୁ ଗମ୍ଭୀରତାର ସହ ପାଳନ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଲୋକଙ୍କୁ ଅପିଲ କରିଛନ୍ତି । ଗତ କିଛି ଦିନ ହେବ ଦିଲ୍ଲୀ, କେରଳ, ହରିୟାଣା, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ କରୋନା ମାମଲା ସଂଖ୍ୟା ବୃଦ୍ଧି ପାଇଛି ।
