ପୁରୀ ଜିଲା ସବ୍ରେଜିଷ୍ଟାର କାର୍ଯ୍ୟାଳୟରେ ବାଇପ୍ଲଟ ରେଜେଷ୍ଟିକୁ ନେଇ ଦ୍ୱନ୍ଦ : ସ୍ଥାୟୀ ସବରେଜିଷ୍ଟାର ନିଯୁକ୍ତି ଦାବି
ପୁରୀ :ବିଶ୍ୱ ଐତିହ୍ୟ ସହର ପୁରୀ । ସାରା ଭାରତବର୍ଷରେ ଧାର୍ମିକ ବ୍ୟକ୍ତିମାନେ ପୁରୀରେ ଯାଗା କିଣି ଶେଷ ସମୟ ବିତାଇବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ପ୍ରତିଦିନ ପୁରୀ ସବ୍ରେଜିଷ୍ଟାର କାର୍ଯ୍ୟାଳୟରେ ଶହେରୁ ଉର୍ଦ୍ଧ୍ୱ ଜିମ କିଣାବିକା ହେଉଛି । କେତେକ ଜମି ଦଲାଲ ଗ୍ରାହକଙ୍କ ଠାରୁ ଅଧିକ ଅର୍ଥ ନେଇ ଜମି କିଣାବିକା କରୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ କେତେକ ସ୍ଥାନରେ କ୍ରେତା ଜମି ପାଉନଥିବା ଅଭିଯୋଗ ହେଉଛି । କେଉଁଠି ୧୦ ଫୁଟିଆ ଓ ୧୫ ଫୁଟିଆ ରାସ୍ତା ରହିଥିବାବେଳେ ବିଦ୍ୟୁତ ଓ ଡ଼୍ରେନେଜ ସୁବିଧା ରହୁନାହିଁ । ଏ ସମ୍ପର୍କରେ ରାଜ୍ୟ ସରକାର ଜମି କ୍ରେତାଙ୍କ ସୁବିଧା ପାଇଁ ଅନେକ ନିୟମ ଓରେରା ଓ ପିକେଡ଼ିଏ ଜରିଆରେ ଅନେକ ନିୟମ କରାଯାଇଛି । ଓଡ଼ିଶା ସ୍ଥାବର ସମ୍ପତି ନିୟାମକଙ୍କ ପ୍ରାଧିକରଣ (ଓରେରା) ପୁରୀ ସବ୍ରେଜିଷ୍ଟାର କାର୍ଯ୍ୟାଳୟରେ ସ୍ଥାୟୀ ସବ୍ରେଜିଷ୍ଟର ନିଯୁକ୍ତି ହେଉନଥିବାରୁ ଇନଚାର୍ଜଙ୍କ ଜରିଆରେ ଜମି ରେଜିଷ୍ଟି କାମ ଚାଲୁ ରହିଛି । ଅନେକ ଆଇନଜୀବୀ ଓ ମୋହରିର ସ୍ଥାୟୀ ସବରେଜିଷ୍ଟାର ନିଯୁକ୍ତି ପାଇଁ ଦାବି କରିଛନ୍ତି । ପୂର୍ବରୁ କେତେକ ସବ୍ରେଜିଷ୍ଟାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଅଧିକ ପ୍ଲଟ କରି ଜାଗା ବିକ୍ରି କରୁଥିବା ମାଲିକ ଓ ରିୟଲ ଇଷ୍ଟେଟ ମାନେ ଅନେକ ଗାଇଡ଼ଲାଇନ ମାନିବାକୁ ନିୟମ ରହିଛି । କିଛି ମାସ ତଳେ ବାଇପ୍ଲଟ ରେଜିଷ୍ଟିରେ ବନ୍ଦ କରାଯାଇଥିଲା । ଏବେ କେଉଁ ଆଧାରରେ କାହା ନିର୍ଦ୍ଦେଶରେ ଶହ ଶହ ବାଇପ୍ଲଟ ରେଜଇଷ୍ଟି ହେଉଛି ତାହା ଜନସାଧାରଣ ଜାଣିପାରୁନାହାନ୍ତି । କେତେକ ମୌଜାରେ ଜମି ରେଜିଷ୍ଟି ଲଗ ହୋଇଥିବାବେଳେ ଲକ୍ ଖୋଲି କିପରି ରେଜେଷ୍ଟି କରାଯାଉଛି ସେ ସମ୍ପର୍କରେ ଏକ ଅଭିଯୋଗ ହୋଇଥିଲା । ଏଠାରେ ଯୋଗଦେଇଥିବା ସବ୍ରେଜିଷ୍ଟାରଙ୍କ କାର୍ଯ୍ୟାକଳାପ ସନ୍ଦେହ ଜନକ ଓ ଦୁର୍ନିୀତି ହେଉଥିବା ଆଭାସ ମିଳୁଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଏଠାରେ ଥିବା କେତେକ ଚତୁର କର୍ମଚାରୀ ବିଲଡ଼ର ଓ ଜମି ମାଫିଅଙ୍କୁ ହାତ କରି ଲକ୍ଷ ଲକ୍ଷ ଟଙ୍କାର ଗାଡ଼ି ଚଳାଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି ।
