ସୃଜନଶୀଳ ସାରସ୍ୱତ ସାଧନାରେ ସମସାମୟିକତା ଏକ ଗୁରୁତ୍ୱପୂର୍ଣ୍ଣ ବିଭବ: ଚନ୍ଦ୍ରମୋହନ ମହାପାତ୍ରଙ୍କ ଉପନ୍ୟାସ ‘ସ୍ୱପ୍ନାଭିସାର’ ଲୋକାର୍ପିତ
ସୋର : ସୋର ରାଧାନାଥ ଆବାସିକ ବିଜ୍ଞାନ କଲେଜ ପରିସରେ ଗାଁ ମଜଲିସ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଚନ୍ଦ୍ରମୋହନ ମହାପାତ୍ରଙ୍କ ଉପନ୍ୟାସ ‘ସ୍ୱପ୍ନାଭିସାର’ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗଦେଇ କହିଲେ ଯେ ସାରସ୍ୱତ ସାଧକହିଁ ସମାଜର ଜାଗ୍ରତ ପ୍ରହରୀ । ମୁଖ୍ୟ ଅତିଥି ଭାବେ ଗାଳ୍ପିକ ରଜନାକାନ୍ତ ମହାନ୍ତି ଯୋଗଦେଇ କହିଲେ ଯେ ଓଡ଼ିଆ ସାହିତ୍ୟ ବିଶ୍ୱ ସାହିତ୍ୟର ଏକ ଅଂଶ, ଓଡ଼ିଆ ସାହିତ୍ୟ ବିନା ବିଶ୍ୱସାହିତ୍ୟ ପୂର୍ଣ୍ଣଙ୍ଗ ହୋଇପାରିବ ନାହିଁ । କେବଳ ଇ-ଲାଇବ୍ରେରୀ, ଇ-ପାଠପଢ଼ା ପଛରେ ଧାଇଁ ପୁରାତନ ପାଠାଗାର ଓ ପ୍ରକାଶନକୁ ଛାଡ଼ିଦେଲେ ଆମ ଭାଷା, ପୁରାତନ ସଂସ୍କୃତି ଓ ସାହିତ୍ୟ ବଞ୍ଚିପାରିବ ନାହିଁ ବୋଲି ମତ ରଖିଥିଲେ ଶ୍ରୀ ମହାନ୍ତି । ମୁଖ୍ୟ ବକ୍ତା ଭାବେ କବି ଗୌତମ ଜେନା ଯୋଗଦେଇ କହିଲେ ଯେ ଗଭୀର ଅନୁଶୀଳନ ଓ ମାର୍ମିକ ଅନୁଭୂତି ନଥିଲେ କବିତା କାଳଜୟୀ ନହେବା ସହ ସାରସ୍ୱତ ସୃଜନଶୀଳତାରେ ସମସାମୟିକତା ଏକ ଗୁରୁତ୍ୱପୂର୍ଣ୍ଣ ବିଭବ । ସମ୍ମାନିତ ଅତିଥି ଭାବେ ‘ସମାଜ’ ବାଲେଶ୍ୱର ସଂସ୍କରଣର ନ୍ୟୁଜ ମୁଖ୍ୟ କୁଳମଣି ବାରିକ , ଅ୍ମକ୍ଷ ମହେଶ୍ୱର ପାଢ଼ୀ ଯୋଗଦେଇ କହିଲେ କି ପ୍ରତ୍ୟେକ ସ୍ରଷ୍ଟା ମାଟିମନସ୍କ ହେଲେ ଆପଣା ସଂସ୍କୃତି ଉଦ୍ଜୀବିତ ହୋଇ ରହିପାରିବ । ଏହି ଅବସରରେ ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କୁ ବରିଷ୍ଠ ପ୍ରତିଷ୍ଠା ସଦସ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ପୁରୁବାଈ କନ୍ୟାଶ୍ରମର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସୁଧାକର ସାମଲ ମଞ୍ଚ ଆହ୍ୱାନ କରିଥରାଧାନଥ +୨ ବିଜ୍ଞାନ କଲେଜର ଚେୟାରମ୍ୟାନ ଡା. ଅସିତ କୁମାର ଜେନା ସ୍ୱାଗତ ଭାଷଣ ରଖିଥିବା ବେଳେ ଜିତେନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥି ପରିଚୟ ରଖିଥିଲେ ଦାମୋଦର ଦାଶ ମହାପାତ୍ର ସଂପାଦକ ଦେବେନ୍ଦ୍ର କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିବା ବେଳେ ରବୀନ୍ଦ୍ର କୁମାର ଦାସ ସମ୍ବର୍ଦ୍ଧନା ପାଠ କରିଥିଲେ । ଏହି ଅବସରରେ ଶାରଦୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୀନ୍ଦ୍ର କୁମାର ଦୀକ୍ଷିତ ଏବଂ ସସ୍ମିତା ରାଉତ ସଂଯୋଜନା କରିଥିଲେ । ବରିଷ୍ଠ ବ୍ୟଙ୍ଗ କବି ଅନାଦି ଚରଣ ଜେନା, ଅଞ୍ଜଳି କୁମାରୀ କର, ଦାମୋଦର ଦାଶ ମହାପତ୍ର, ଗୀତାରାଣୀ ରାଉତ, ପରମାନନ୍ଦ ତ୍ରିପାଠୀ, ଚେମେଇ ଦାସ, ମହେଶ୍ୱର ପଣ୍ଡା, ପ୍ରଜ୍ଞାପରମିତା ବିଶ୍ୱାଳ, ରାମଚନ୍ଦ୍ର ପୃଷ୍ଟି, ଜିତେନ୍ଦ୍ର କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ମହାଳିକ, ବିଦ୍ୟାସାରଗ ନାୟକ ପ୍ରମୁଖ ସ୍ୱରଚିତ କବିତାପାଠ କରିଥିଲେ । ଏହି ଅବସରରେ ଡ.ରବୀନ୍ଦ୍ର ବିହାରୀ, କବି ଡ. ଭରତ ଚନ୍ଦ୍ର ବେହେରା, ବିଜୟ କୁମାର ଦାସ, ଯାଯାବର, ଲମ୍ବୋଦର ମିଶ୍ର, କମଳାକାନ୍ତ ପରିଡ଼ା, ଉଦୟ କୁମାର ବେହେରା, ବୈଦ୍ୟନାଥ ଦାସ, ଗୌରୀଶଙ୍କର ଘଡ଼ାଇ, ନଟବର ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସୁଶାନ୍ତ ନାୟକ, ରମାକାନ୍ତ ପଣ୍ଡା, ସୁଶାନ୍ତ ବେହେରା, ଜିତେନ୍ଦ୍ର ପୁହାଣ, କୃଷ୍ଣ ସେଠୀ ଓ ହେମନ୍ତକୁମାର ମହାନ୍ତି ପ୍ରମୁଖ ସହାୟତା କରିଥିଲେ ।
