ସୋରର କଂଗ୍ରେସ ନେତା ଗୋପୀନାଥ ଦାସଙ୍କ ପରଲୋକ
ସୋର : ସୋର କଂଗ୍ରେସ ନେତା ଗୋପୀନାଥ ଦାସଙ୍କର ଆଜି ୭୦ ବର୍ଷ ବୟସରେ ମଙ୍ଗଳପୁର ବାସଭବନରେ ପରଲୋକ ହୋଇଯାଇଛି । ଗତ କିଛି ଦିନ ଧରି ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତଖାନାରେ ଚିକିତ୍ସାଧୀନ ଥିଲେ । ଗତକାଲି ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ଖବର ପାଇଁ ମଙ୍ଗଳପୁର ତଥା ସୋର କଂଗ୍ରେସ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିଲା । ଖବରପାଇ ବହୁମାନ୍ୟ ଗଣ୍ୟ ବକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ଦାସ କଂଗ୍ରେସରେ ଜଣେ ସକ୍ରିୟ ନେତା ଥିଲେ । ଯୁବବସ୍ଥାରେ ସେ ସୋର ବ୍ଲକର ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ୪୩ ନମ୍ବର ଜୋନର ଜିଲାପରିଷଦ ସଭ୍ୟ, ଗୋପୀନାଥପୁର ପଞ୍ଚାୟତର ସମିତି ସଭ୍ୟ ଏବଂ ସେବା ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ୨ ପୁଅ ଏବଂ ଜଣେ ଝିଅ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ତାଙ୍କ ବଡ଼ପୁଅ ମୁଖାଗ୍ନି ଦେଇଥିଲେ ।
