ତୃଣମୂଳ ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ କଂଗ୍ରେସ ନେତା; ଗିରଫ କରିବାକୁ ଦାବି କଲେ ବାହିନୀପତି
ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ତୃଣମୂଳ କଂଗ୍ରେସ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ ଦେବା ରାଷ୍ଟ୍ରପତିଙ୍କୁ ଅପମାନ । ଏପରି କରି ସେ ସାରା ଦେଶକୁ ନିନ୍ଦିତ କରିଛନ୍ତି । ତେଣୁ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ମାମଲାରେ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ । ରାଷ୍ଟ୍ରପତି ଜଣେ ଓଡ଼ିଆ ଝିଅ ଓ ଆଦିବାସୀ ମହିଳା । ଏଭଳି ଅଶୋଭନୀୟ ମନ୍ତବ୍ୟ ଦେଇ ଓଡ଼ିଶା ସ୍ୱାଭିମାନ ପ୍ରତି ଆଂଚ ଆଣିଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ ଏଭଳି ବକ୍ତବ୍ୟକୁ କଡା ନିନ୍ଦା କରିଛନ୍ତି ।
