କଂଗ୍ରେସ ନେତାଏକେ ଏଂଟନୀଙ୍କ ପୁଅ ଅନିଲ ଏଂଟନୀ ଭାଜପାରେ ହେଲେ ସାମିଲ
ନୂଆଦିଲ୍ଲୀ : କଂଗ୍ରେସର ବଡନେତା ତଥା ପୂର୍ବତନ ରକ୍ଷାମନ୍ତ୍ରୀ ଏକେ ଏଂଟନୀଙ୍କ ପୁଅ ଅନିଲ ଏଂଟନୀ ଗୁରବାର ଦିନ ଭାଜପାରେ ଶାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଉପରେ ବିବାଦପୁର୍ଣ ବିବିସି ଡକ୍ୱମେଂଟ୍ରି ଆଲୋଚନା କରୁଥିବା ତାଙ୍କ ଟ୍ୱିଟ୍ ପରେ ଜାନୁଆରୀରେ ସେ କଂଗ୍ରେସରେ ସମସ୍ତ ଭୁମିକାକୁ ଇସ୍ତଫା ଦେଇଦେଇଥିଲେ । କେନ୍ଦ୍ରୀୟମନ୍ତ୍ରୀ ପିୟୁଷ ଗୋଏଲ୍ , ବି ମୁରଲିଧରନ ଏବଂ ଭାଜପାର କେରଳ ପ୍ରମୁଖ ସୁରେନ୍ଦ୍ରନ ନୁଆଦିଲ୍ଲୀରେ ଏକ ଔପଚାରିକ କାର୍ଯ୍ୟକ୍ରମରେ ଅନିଲ ଏଂଟନିଙ୍କୁ ତାଙ୍କ ଦଳରେ ସ୍ୱାଗତ କରିଛନ୍ତି । ଏହି ସମୟରେ ଅନିଲ ଏଂଟନି କହିଛନ୍ତି ଜଣେ ଭାରତୀୟ ସନ୍ତାନ ହିସାବରେ ଏହା ମୋର ଦାୟୁତ୍ୱ ଏବଂ କର୍ତବ୍ୟ ଅଟେ । ପ୍ରଧାନମନ୍ତ୍ରୀଙ୍କର ରାଷ୍ଟ ନିର୍ମାଣ ଏବଂ ରାଷ୍ଟ୍ରୀୟ ଏକତାର ଦୃଷ୍ଟି କୋଣରୁ ମୁଁ ଯୋଗଦାନ ଦେଇଛି ।
