କଂଗ୍ରେସ ପକ୍ଷରୁ ବାଲିଆପାଳ ବ୍ଲକରେ ସ୍ବାଭିମାନ ପଦଯାତ୍ରା ଶୁଭାରମ୍ଭ। ୭ ତାରିଖ ରୁ ୩୦ ତାରିଖ ମଧ୍ୟରେ ୨୮ପଞ୍ଚାୟତରେ ହେବ ପଦଯାତ୍ରା।
ବାଲିଆପାଳ : ସର୍ବ ଭାରତୀୟ ସ୍ତରରେ କଂଗ୍ରେସର ଭାରତଯୋଡ ପଦଯାତ୍ରାକୁ ସଫଳ କରିବାପାଇଁ ବାଲିଆପାଳ ବ୍ଲକରେ ନବଜ୍ୟୋତି ପଟ୍ଟନାୟକ ଓ ବିଜନ ନାୟକ ଙ୍କ ଆହ୍ଵାନକ୍ରମେ ଶୁକ୍ରବାର ପୂର୍ବାହ୍ନରେ ଚଉମୁଖ ପଞ୍ଚାୟତରୁ ଆରମ୍ଭ ହୋଇଛି ବାଲିଆପାଳ ବ୍ଳକର ସ୍ବାଭିମାନ ପଦଯାତ୍ରା। ଉକ୍ତ ପଦଯାତ୍ରାରେ କଂଗ୍ରେସ ଜିଲ୍ଲା ସଭାପତି ସଞ୍ଜୀବ ଗିରି , ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଚଉମୁଖ ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଶଶୀଭୂଷଣ ଦାଶଙ୍କୁ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧିତ କରିଯିବା ପରେ ଶ୍ରୀ ଦାଶ ପତାକା ଦେଖାଇ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ। ବାଲିଆପାଳର ସ୍ବାଭିମାନ ଓ ନିଜ ଅଞ୍ଚଳ ର ହକ ଦାବିକରି ଚଉମୁଖ ପଞ୍ଚାୟତର ହଜାର ହଜାର ମହିଳା ପୁରୁଷ ପଦଯାତ୍ରାରେରେ ସାମିଲ ହୋଇଥିବା ବେଳେ ୭ ତାରିଖ ରୁ ୩୦ ତାରିଖ ମଧ୍ୟରେ ୨୮ ପଞ୍ଚାୟତରେ ପଦଯାତ୍ରା କରାଯିବ ବୋଲି କଂଗ୍ରେସ ନେତା ବିଜନ ନାୟକ କହିଛନ୍ତି। ବାଲିଆପାଳ ଅଞ୍ଚଳରେ ନଦୀ ବନ୍ଧ ନିର୍ମାଣ, ଚାଷୀକୁ ସହାୟତା, ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରି ଲୋକଙ୍କୁ ନ୍ୟାୟ ଦେବା, ଭିଟାମାଟି ସୁରକ୍ଷା, ବିଜୁଳୀଦର ବୃଦ୍ଧି, ବେକରୀ ସମସ୍ୟା ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବିଭିନ୍ନ ନାରାବାଜି ଦେଇ ଲୋକମାନେ ଚଉଦମାଦଳ ଛକରୁ ଏକ ବିରାଟ ପଟୁଆରରେ ବାହାରି କଙ୍କଡାପାଳ ବତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚି ଥିଲେ। ପ୍ରତି ଛକରେ ପଥ ପ୍ରାନ୍ତର ସଭା ମାଧ୍ୟମରେ ବରିଷ୍ଠ କଂଗ୍ରେସ ନେତା ମାନଙ୍କ ଦ୍ଵାରା ଅଞ୍ଚଳର ସମସ୍ୟା ବିଷୟରେ ଲୋକ ମାନଙ୍କୁ ସଚେତନ କରାଯାଉଥିଲା। ଚଉମୁଖ ପଞ୍ଚାୟତର କଂଗ୍ରେସ କାର୍ଯ୍ୟକାରୀ ସଭାପତି ଅବସର ପ୍ରାପ୍ତ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ବିଶ୍ଵାଳ,ସରପଞ୍ଚ ବାସନ୍ତୀ ରଣଜୀତ, ଚଉମୁଖ ପଞ୍ଚାୟତର ଭିଟାମାଟି ସୁରକ୍ଷା କମିଟିର ସଭାପତି ଲକ୍ଷ୍ମୀକାନ୍ତ ଖଟୁଆ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା ନାୟକ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ଜିଲ୍ଲାପରିଷଦ ସଦସ୍ୟ ବାବାଜି ଦେହୁରୀ,ବାଲିଆପାଳ ବ୍ଲକ ଯୁବ କଂଗେସ ସଭାପତି ତୀର୍ଥ ନାଗ, ରବିନାରାୟଣ ମହାନ୍ତିଙ୍କ ସହିତ ଚଉମୁଖ ପଞ୍ଚାୟତର ସମସ୍ତ ପଞ୍ଚାୟତ ବାସୀ ପଦଯାତ୍ରାରେ ସାମିଲ ଥିବା ବେଳେ ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତର କଂଗ୍ରେସ ଛାମୁଆ ନେତା, କର୍ମୀମାନେ ଯୋଗ ଦେଇଥିଲେ
