ଜନତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କଂଗ୍ରେସ ଗ୍ରହଣ କରୁଛି : ନଭଜୋତ ସିଂ ସିଦ୍ଧୁ
ଚଣ୍ଡୀଗଡ଼ : ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟିର ସଫଳତା ପରେ କଂଗ୍ରେସ ପକ୍ଷରୁ ନଭଜୋତ ସିଂ ସିଦ୍ଧୁ ଦଳର ପରାଜୟ ସ୍ବୀକାର କରିଛନ୍ତି । ରାଜ୍ୟର ଜନତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କଂଗ୍ରେସ ଗ୍ରହଣ କରୁଛି ବୋଲି ସେ କହିଛନ୍ତି । ଏହା ସହିତ ନବଜୋତ ସିଂ ସିଦ୍ଧୁ ପଞ୍ଜାବ ବିଧାନସଭା ନିର୍ବାଚନରେ ସ୍ୱଚ୍ଛତା ପାଇଁ ଆମ୍ ଆଦମୀ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ “ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର। ନମ୍ରତାର ସହିତ ପଞ୍ଜାବର ଲୋକଙ୍କ ଜନାଦେଶକୁ ଗ୍ରହଣ କରନ୍ତୁ।
ଟ୍ରେଣ୍ଡରେ ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଫଳରେ ଘୋଷଣା ମୁତାବକ, ଦଳର ସାଙ୍ଗରୁର ଏମପି ଭଗଓ୍ବନ୍ତ ସିଂ ମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବୃତ୍ତିରେ ହାସ୍ୟ ଅଭିନେତା ଥିବା ଭଗଓ୍ବନ୍ତ ୨୦୧୧ରେ ରାଜନୀତିରେ ପ୍ରବେଶ କରିଥିଲେ। ଏହା ପରେ ସେ ସାଙ୍ଗରୁରୁ ଦୁଇଥର ଲୋକ ସଭା ନିର୍ବାଚନରେ ଜିତିଛନ୍ତି। ଭଗଓ୍ବନ୍ତ ୨୦୧୪ ଏବଂ ୨୦୧୯ ରେ ଆମ ଆଦମୀ ପାର୍ଟିରୁ ଲୋକ ସଭା ନିର୍ବାଚନରେ ଜିତିଛନ୍ତି। ଭଗଓ୍ବନ୍ତ ଆରମ୍ଭରୁ ଆମ ଆଦମୀ ପାର୍ଟିର ଅଂଶ ହୋଇ ନ ଥିଲେ। ବରଂ ମନପ୍ରୀତ ସିଂ ବାଦଲଙ୍କ ଦଳ ପଞ୍ଜାବ ପିପୁଲ୍ସ ପାର୍ଟିରୁ ସେ ନିଜର ରାଜନୈକ ଇନିଂସ ଆରମ୍ଭ କରିଥିଲେ।
