ଇନ୍ଦିରା ଗାନ୍ଧୀଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳନ କଲା କଂଗ୍ରେସ
ଭୁବନେଶ୍ୱର : ଭାରତ ବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବିଶିଷ୍ଟ ନାରୀନେତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୩୮ତମ ଶ୍ରାଦ୍ଧ ଦିବସକୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପାଳନ ହୋଇଯାଇଛି । ସୋମବାର ସକାଳେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ଶରତ ପଟ୍ଟନାୟକ ଏବଂ ଅଖିଳ ଭାରତ ଜାତୀୟ କଂଗ୍ରେସର ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲା କୁମାର ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ଶିବାନନ୍ଦ ରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଶ୍ୱଜିତ ଦାଶ, ସସ୍ମିତା ବେହେରା, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ନବଜ୍ୟୋତି ପଟ୍ଟନାୟକ, ରଜନୀ କୁମାର ମହାନ୍ତି, ଜ୍ଞାନ ବେଉରା ପ୍ରମୁଖ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରୀମତୀ ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ ।
