ବାଲେଶ୍ୱର : ପେଟ୍ରୋଲ ଦର ବୃଦ୍ଧିକୁ କଂଗ୍ରେସର ସାଇକେଲ ରାଲି ଓ ବିକ୍ଷୋଭ
ବାଲେଶ୍ୱର : ପେଟ୍ରୋଲ ଦର ଶହେ ଟପିଲାଣି । ଡିଜେଲ ଦର ଶହେ ଟଙ୍କା ଛୁଇଁବାକୁ ବସିଲାଣି । ପ୍ରଧାନମନ୍ତ୍ରୀ ପ୍ରତି ରବିବାର ଆକାଶବାଣୀରେ ‘ମନ୍ କି ବାତ୍’ କହୁଥିବା ବେଳେ ଏହି ଦରବୃଦ୍ଧି ଯୋଗୁଁ କରୋନା କାଳରେ କୋଟି କୋଟି ଲୋକ ହନ୍ତସନ୍ତ ହେଉଥିଲେ ମଧ୍ୟ ଏ ସମ୍ପର୍କରେ ପଦଟିଏ କହୁନାହାଁନ୍ତି । ବିଗତ ୩ ମାସ ମଧ୍ୟରେ ୩୭ ଥର ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପାଇଥିଲା ବେଳେ ଏଲପିଜି ଗ୍ୟାସ୍ର ଦର ୧୫ ଥର ବୃଦ୍ଧି ପାଇଲାଣି । ଇନ୍ଧନ ଦର ବୃଦ୍ଧି ପାଉଥିବା ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ିବାରେ ଲାଗିଛି । ଖାଇବା ତେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି ।
ଏହାର ପ୍ରତିବାଦରେ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜିବ ଗିରିଙ୍କ ନେତୃତ୍ୱରେ ଶୁକ୍ରବାର ପୂର୍ବାହ୍ନରେ ଏକ ସାଇକେଲ ରାଲି ବାଲେଶ୍ୱର ରେଳ ଷ୍ଟେସନରୁ ବାହାରି ସହର ପରିକ୍ରମା କରିବା ସହ ମହିଳାମାନଙ୍କ ଶୋଭାଯାତ୍ରା ବାହାରି ଫାଣ୍ଡିଛକ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ପ୍ରଧାନମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ପାଇଁ ଦଳ ପକ୍ଷରୁ ମୃଦଙ୍ଗ, ଖୋଳ କରତାଳ, ଝାଞ୍ଜ, ବଜାଯାଇ ପ୍ରତିବାଦ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ୨୦୧୪ ମସିହା ୟୁପିଏ ସମୟରେ କ୍ରୁଡ୍ ଅଏଲ ବେରେଲ ପିଛା ୧୦୯ଟଙ୍କା ଥିବା ସମୟରେ ପେଟ୍ରୋଲ ୭୧ ଟଙ୍କା, ଡିଜେଲ ୪୭ ଟଙ୍କା, କିରୋସିନ ୧୪.୩୫ ପଇସା, ଏଲପିଜି ଗ୍ୟାସ ୪୧୦ ଟଙ୍କା ଥିବା ସମୟରେ ୨୦୨୧ ମସିହାରେ କେନ୍ଦ୍ରସରକାର କ୍ରୁଡ୍ ଅଏଲ ବେରେଲ ପିଛା ୬୪ ଟଙ୍କା ଥିବା ସମୟରେ ପେଟ୍ରୋଲ ଦର ୧୦୧ଟଙ୍କା, ଡିଜେଲ ୯୭ଟଙ୍କା, ୩୫ଟଙ୍କା ଉପରକୁ କିରୋସିନି, ଗ୍ୟାସ ସିଲିଣ୍ଡର ୮୫୬ଟଙ୍କା ଉପରକୁ ହୋଇଥିବା ବେଳେ ଗରିବଙ୍କ ମୁଣ୍ଡରେ ଚଡ଼କ ମାରିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କରୋନା ଯୋଗୁଁ ଲୋକଙ୍କ ପାଖରେ ଟଙ୍କା ନାହିଁ, ଚାକିରୀ ନାହିଁ, ଏହି ସମୟରେ ଲୋକ ଦୁଃଖରେ ଅଛନ୍ତି । ସରକାର ସୁଖ ନଦେଇ ଆହୁରି ଦଃଖ ଦେଉଛନ୍ତି । ବିକାଶ ନାମରେ ବିନାଶ କରୁଛନ୍ତି ବୋଲି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । କଂଗ୍ରେସ ସବୁବେଳେ ଗରିବ, ଚାଷୀଙ୍କ ସହିତ ଅଛି । ସରକାର ମ୍ୟାନଜ କରିପାରୁ ନାହାଁନ୍ତି ବା କରିବା ଜାଣିନାହାନ୍ତି । ସରକାର କହୁଛନ୍ତି ଟିକା ପାଇଁ ଟ୍ୟାକ୍ସ ଆଦାୟ କରୁଛନ୍ତି, କିନ୍ତୁ ଲୋକମାନେ ଟିକା ପାଉନାହାଁନ୍ତି । ଏହିଭଳି ସରକାର ସବୁ ଗୋଲାପି ପିକଚର ଦେଖାଇ ଭୁଆଁ ବୁଲାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ମନ୍ତବ୍ୟ ଦେଇଛନ୍ତି । କାର୍ଯ୍ୟକ୍ରମରେ ଭୋଗରାଇ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ, ବସ୍ତା ବାଲିଆପାଳ କଂଗ୍ରେସ ପ୍ରାର୍ଥୀ ତଥା ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ, ଓଡ଼ିଶା ଅଖିଳ ଭାରତୀୟ ପ୍ରଫେସନାଲ କଂଗ୍ରେସ ସଭାନେତ୍ରୀ ତଥା ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପରମିତା ମହାନ୍ତି, ଜିଲ୍ଲା ଯୁବକଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲ୍ଲା କଂଗ୍ରେସ ପୂର୍ବତନ ଉପସଭାପତି ଗୋପୀନାଥ ପାଢ଼ୀ, ଜିଲା ଛାତ୍ରକଂଗ୍ରେସ ସଭାପତି ଗୌତମ ସାହୁ, ଜିଲ୍ଲା କଂଗ୍ରେସ ପୂବର୍ତନ ସାଧାରଣ ସମ୍ପାଦକ ଦେବଦତ ଦାସ, ସଦରବ୍ଲକ କଂଗ୍ରେସ ସଭାପତି ଜୟକୃଷ୍ଣ ବେହେରା, ବସ୍ତା ଯୁବକଂଗ୍ରେସ ସଭାପତି ସୁଧାଂଶୁ ଶେଖର ଜେନା, ବରିଷ୍ଠ ନେତ୍ରୀ, ବାସନ୍ତି ସାମଲ, ପୂର୍ବତନ ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ତୁଷାରକାନ୍ତ ତପସ୍ୱୀ, ଏ.ଆଇ.ୟୁ.ଡବ୍ଲ୍ୟୁ.ସି ଜିଲା ଅଧ୍ୟକ୍ଷ ବିକାଶ ଦାସ, ରାଜ୍ୟ ଏ.ଆଇ.ୟୁ.ଡବ୍ଲ୍ୟୁ.ସି ଉପାଧ୍ୟକ୍ଷ ଜ୍ୟୋସ୍ôନା ସେନାପିତି, କିଶାସନ ସେଲ ଜିଲାସଭାପତି ନିରଞ୍ଜନ ବେହେରା, ଜୀବନ ମହାପାତ୍ର, ରାଜ୍ୟ କଂଗ୍ରେସ ଛାତ୍ର କଂଗ୍ରେସ ସୋସିଆଲ ମିଡିଆ ଉପାଧ୍ୟକ୍ଷ ସୌରଭ ପଟ୍ଟନାୟକ, କାଜଲ ବାରିକ, ମନୋରଞ୍ଜନ ନାୟକ, ରାଧାକାନ୍ତ ସାହୁ, ସୌରଭ ବେହେରା, ନବପ୍ରସାଦ ଭୂୟାଁ, ବିଦ୍ୟାଧର ମହାନ୍ତି, ସୁଧାକର ରାଉତ, ଅଜଗର ଅଲ୍ଲୀ, ଛାତ୍ର ମହିଳା ଯୁବ କର୍ମୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।


