ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଶୁଭେଚ୍ଛା
ଯାଜପୁର : ଯାଜପୁର ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଭିନୀତ ଅଗ୍ରୱାଲ ଶୁକ୍ରବାର ଦିନ କାର୍ଯ୍ୟରେ ଯୋଗ ଦେଇଛନ୍ତି । ରାଜ୍ୟର ସର୍ବ ପୁରାତନ ଓ ସର୍ବ ବୃହତ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ହରିହର ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରଧନ ବାନାର୍ଜୀ, ଜିଲ୍ଲା ଉପ ସଭାପତି ପୀତବାସ ଭୂଇୟାଁ, ଅଭିମନ୍ୟୁ ମିଶ୍ର, ପବିତ୍ର ମହାନତି ପ୍ରମୁଖ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରାଧୀନ ରଖିବା ପାଇଁ ସଂଘ ପକ୍ଷରୁ ଦାବି କରିବା ସହିତ ମା’ବିରଜାଙ୍କ କୃପାରୁ ଆରକ୍ଷୀ ଅଧିକ୍ଷକଙ୍କ ମଙ୍ଗଳ କାମନା କରିଥିଲେ । ପୂର୍ବରୁ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭାବେ ବେଶ ସୁନାମ ଥିବାରୁ ଯାଜପୁରରେ ମଧ୍ୟ ସୁନାମ ଅର୍ଜନ କରିବେ ବୋଲି ସାମ୍ବାଦିକ ସଂଘ ପକ୍ଷରୁ ଅଶାପୋଷଣ କରିଛନ୍ତି । ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ ପୋଲିସ ଓ ସାମ୍ବାଦିକ ହେଉଛନ୍ତି ଏକ କଏନର ଦୁଇ ପାଶ୍ୱର୍ ତେଣୁ ସାମ୍ବାଦିକ ମାନଙ୍କ ସହିତ ବନ୍ଧୁତ୍ୱ ସମ୍ପର୍କ ରଖି ସେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।
