ଭାଜପା ମହିଳା ମୋର୍ଚ୍ଚା ତରଫରୁ ଜୀ ୨୦ ଗ୍ଲୋବାଲ ସମିତିକୁ ଅଭିନନ୍ଦନ
ବସ୍ତା : ଭାରତୀୟ ଜନତା ପାର୍ଟି ବସ୍ତା ମହିଳା ମୋର୍ଚ୍ଚା ପକ୍ଷରୁ ବସ୍ତା ଇଶ୍ୱରବର୍ତ୍ତୀ ପରିସରରେ ଭାରତର ପ୍ରଧାନମନ୍ତ୍ରୀ ଯଶସ୍ୱୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ସହ ଜୀ ୨୦ ଗ୍ଲୋବାଲ ସମିତିକୁ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଭାଜପା ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାପତି ସୁଷମା ବିଶ୍ୱାଳ, ଜିଲା ଉପ-ସଭାପତି ମମତା ମହାପାତ୍ର, ଜିଲା ସାଧାରଣ ସମ୍ପାଦିକା ମାଳତୀ ନାୟକ, ଲିଗାଲ ସେଲ କୋଡ଼ିନେଟର ପ୍ରଶାନ୍ତି ପଣ୍ଡା, ବସ୍ତା ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଅହଲ୍ୟା ମାଝୀ, ସାଧାରଣ ସମ୍ପାଦିକା ମନୋରମା ଦାସ ଅନିତା ମହାନ୍ତି, ସରସ୍ୱତୀ ମହାନ୍ତି, ନାରୀ ନେତ୍ରୀ ସସ୍ମିତା ଦାସ, ସୁଲୋଚନା ସାହୁ, ନମିତା ରାମ, ଜଳି ଦଳେଇ, ବନ୍ୟା ସିଂ, ପାଞ୍ଚାଳୀ ଚୌଧୁରୀ, ସୁକାନ୍ତି ଦାସ, ଝୁଲଣା ଦାସ, ସବିତା ବାରିକ, ମିଲି ଦାସ ଏବଂ ବହୁ ସଂଖ୍ୟକ ମହିଳା ବିଭିନ ପ୍ରାନ୍ତରୁ ଯୋଗ ଦେଇଥିଲେ । ଏଥିସହିତ ଜୀ ୨୦ର ଏକ ଲୋଗୋ ଚିତ୍ରକୁ ମହିଳାମାନଙ୍କ ଦ୍ୱାରା ଅଙ୍କନ କରାଯାଇଥିଲା ।
