କଟକ ସିସିବି ସଭାପତିଙ୍କୁ ସମ୍ବର୍ଦ୍ଧନା
ଯାଜପୁର : ଯାଜପୁର ବିରଜା କଲ୍ୟାଣ ମଣ୍ଡପ ପରିସରରେ ଦଶରଥପୁର ଏବଂ ଯାଜପୁର ବ୍ଲକ ଅଧିନ ପ୍ରାଥମିକ କୃଷି ସମବାୟ ସମିତି ତରଫରୁ କଟକ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ସଭାପତି ପ୍ରଭାତ କାନୁନଗୋ ମହୋଦୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଯୁବ ସମବାୟବିତ ପ୍ରକାଶ ତ୍ରିପାଠୀଙ୍କ ସଂଚାଳନ ଏକ ସ୍ବତନ୍ତ କାର୍ୟ୍ୟକ୍ରମରେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀ କାନୁନଗୋଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ କୃଷି ଏବଂ କୃଷକଙ୍କ ସମସ୍ୟା ବିଷୟରେ ଉପସ୍ଥାପିତ ବିଭିନ୍ନ ଦାବିକୁ ରାଜ୍ୟ ସରକାରଙ୍କ ସହଯୋଗରେ ଯଥା ସମ୍ଭବ ସମାଧାନ ନିମନ୍ତେ ପ୍ରୟାସ କରିବେ ବୋଲି ସିସିବି ସଭାପତି ଶ୍ରୀ କାନୁନଗୋ ଉପସ୍ଥିତ ବିଭିନ୍ନ ସମବାୟ ସମିତି ସଭାପତି, ପରିଚାଳନା ବୋର୍ଡ ସଭ୍ୟ ଏବଂ ବ୍ୟାଙ୍କ କାର୍ଯ୍ୟକର୍ତାମାନଙ୍କୁ ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାନେତ୍ରୀ ନଳିନିପ୍ରଭା ଜେନା, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ଦଶରଥପୁର ବ୍ଲକ ଅଧକ୍ଷ ଦିଗାମ୍ବର ମଲ୍ଲିକ, ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି, ଅବସରପ୍ରାପ୍ତ ସିସିବି ମ୍ୟାନେଜର ନାରାୟଣ ପୃଷ୍ଟି, ସମବାୟବିତ ଭାଗିରଥି ସାହୁ କାର୍ୟ୍ୟକ୍ରମରେ ସାମିଲ ଥିବାବେଳେ ଦାଦାରଥପୁର ଏବଂ ଯାଜପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ସଭାପତି, ସମ୍ପାଦକ, ବୋର୍ଡ ସଭ୍ୟ/ସଭ୍ୟାଙ୍କ ସମେତ ବହୁ ସଂଖ୍ୟାରେ ଅଗ୍ରଣି ଚାଷୀ ଯୋଗଦେଇଥିଲେ ।
