ସ୍ୱାମୀ-ସ୍ତ୍ରୀ ଭିତରେ ହେଉଥିବା କଳହ ସବୁଦିନ ପାଇଁ ଦୂର ହୋଇଯିବ, ମାତ୍ର ଥରେ କରନ୍ତୁ ଏହି ଉପାୟ
ଯଦି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିନା କାରଣରେ କିଛି କଳି ଝଗଡ଼ା ହେଉଛି ବା ଯୁକ୍ତି ତର୍କ ହେଉଛି ତେବେ ତାକୁ ଦୂର କରିବା ପାଇଁ ପାଞ୍ଚୋଟି ସହଜ ଉପାୟ କହିବି।କିଛି ପରିବାରରେ ସର୍ବଦା ବିନା କାରଣରେ କିଛି ନା କିଛି କଳହ ଲାଗି ରହିଥାଏ।ଛୋଟ ଛୋଟ କଥା ମାନଙ୍କୁ ନେଇ ସେମାନେ ଯୁକ୍ତି ତର୍କ କରିବାକୁ ଲାଗନ୍ତି।ବେଳେବେଳେ ସମସ୍ୟା ଏପରି ଜଟିଳ ହୋଇଯାଏ ଯେ ପରସ୍ପର ମଧ୍ୟରେ କଥା ବାର୍ତ୍ତା ମଧ୍ୟ ହୁଅନ୍ତି ନାହିଁ।ସମୟେ ସମୟେ ଏପରି ହୋଇଯାଏ ଯେ ପରସ୍ପର ପରସ୍ପରକୁ ହାତ ଉଠାଇବାକୁ ମଧ୍ୟ ପଛାନ୍ତି ନାହିଁ।ଆଜି ମୁଁ ଆପଣ ମାନଙ୍କୁ ଏପରି ପାଞ୍ଚୋଟି ସରଳ ଉପାୟ କହିବି ଯାହାଦ୍ଵାରା ଏହି ସବୁ ସମସ୍ୟା ଦୂର ହୋଇଯିବ।
ସାଙ୍ଗମାନେ ପ୍ରତି ପୂର୍ଣ୍ଣିମା ଦିନରେ ସକାଳୁ ଉଠି ସ୍ନାନ କରିବା ପରେ ଘରର ମୁଖ୍ୟ କବାଟ ଆଗରେ କିଛି ଆମ୍ବ ପତ୍ର ନେଇ ତାକୁ ମାଳ କରି ଟାଙ୍ଗନ୍ତୁ। ଦୁଇ ତିନି ଦିନ ପରେ ତାହା ଯେତେବେଳେ ଶୁଖିଯିବ ତାକୁ ଆପଣ ପାଣିରେ ଭସାଇ ଦେବେ। ଏପରି କରିବା ଦ୍ବାରା ଗୃହ ସମସ୍ୟା ଆପଣଙ୍କ ଠାରୁ ବହୁତ ଦୂରରେ ରହିଥାଏ।
ଯଦି ଆପଣଙ୍କ ଗୃହ ସମସ୍ୟା ଅଧିକ ବଢ଼ି ଯାଇଛି ତ ଏହି ଉପାୟ ନିଶ୍ଚୟ ପ୍ରୟୋଗ କରନ୍ତୁ। ଆପଣ ପ୍ରତି ଘରେ ଠାକୁର ପୂଜା କରି ସରିବା ପରେ ଶଙ୍ଖ ବଜାନ୍ତୁ। ଏହା ଫଳରେ ଘରେ ସୁଖ ଶାନ୍ତି ବଢ଼ିଥାଏ ଓ ଗୃହଟି ରୋଗ ମୁକ୍ତ ରହିଥାଏ। ଏହା ସହିତ ଆପଣଙ୍କୁ ମହାଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ।
ଆପଣ ପ୍ରତି ପୂର୍ଣ୍ଣିମା ଦିନ ସକାଳୁ ଉଠି ସ୍ନାନ କରନ୍ତୁ। ସେଥିରେ କିଛି ଚନ୍ଦନ ଆଣି ତାକୁ ପେଷ୍ଟ କରନ୍ତୁ। ସେହି ଚନ୍ଦନ ଦ୍ବାରା ଆପଣଙ୍କ ଘରର ମୁଖ୍ୟ କବାଟ ଉପରେ ଓଁ ଲେଖନ୍ତୁ।ଏପରି କରିବା ଦ୍ବାରା ଆପଣଙ୍କ ଘରେ ଗୃହ ସମସ୍ୟା ପଶି ପାରି ନଥାଏ।
ଆପଣ ଆପଣଙ୍କ ଘରେ ଲାଫିଂ ବୁଦ୍ଧକୁ ମଧ୍ୟ ରଖି ପାରିବେ। ଏବଂ ଧ୍ୟାନ ରଖିବେ ଯେ ତାହା ଯେପରି ଆପଣଙ୍କୁ କେହି ଗିଫ୍ଟ କରି ନଥିବେ। ସେହି ବୁଧର ମୁହଁକୁ ସର୍ବଦା ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଆଡ଼କୁ ରଖିବେ।ଏପରି କରିବା ଦ୍ବାରା ଘରେ ସୁଖ ଶାନ୍ତି ଫେରିଥାଏ।
ଯଦି ଆପଣଙ୍କ ଘରେ ବହୁତ ଦିନ ଧରି ଏପରି ଜିନିଷ ରହିଛି ଯାହା ଆପଣଙ୍କ ବ୍ୟବହାରରେ ଆସୁନାହିଁ ତ ଏପରି ଜିନିଷକୁ ବାହାରକୁ ବାହାର କରିଦିଅନ୍ତୁ। ଯେପରି ପୁରୁଣା ପୋଷାକ ପତ୍ର, ଭଙ୍ଗା ଆଇନା,ପୁରୁଣା ମେସିନ ଜିନିଷ ଓ ପୁରୁଣା ଲୁହା ଜିନିଷ।ଏସବୁ ଜିନିଷକୁ ବାହାର କରିଦେବା ଦ୍ବାରା ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।
ବନ୍ଧୁଗଣ ନମସ୍କାର । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।




