ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାରିପଦା : ଅକ୍ଟୋବର ୨୧ ଓ ୨୨ ଦୁଇ ଦିନ ଧରି ବାରିପଦାର ରାଧାରାଣୀ ଦୟାଭାଇ ମାଧ୍ୟମିକ ବିଦ୍ୟାଳୟ, ମହାରାଣୀ ପ୍ରେମକୁମାରୀ ବାଳିକା ଉଚ୍ଚବିଦ୍ୟାଳୟ, ମହାରାଜା କୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଝାନ୍ସିରାଣୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଶ୍ରୀମା ମହିଳା ମହାବିଦ୍ୟାଳୟ ଠାରେ ତରଙ୍ଗ ମ୍ୟୁଜିକ ତରଫରୁ କଲେଜ କୁଇନର ଟପ ଫାଇନାଲିଷ୍ଟ ତାଲିକାରେ ଥିବା ମୟୁରଭଞ୍ଜର ପ୍ରତିଯୋଗୀ ଶତଦ୍ରୁତି ମହାନ୍ତିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଦୁଇ ଦିନିଆ ଶିଶୁ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ସ୍କୁଲ ଓ କଲେଜର ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ ସିପୁନ ଅବିନାଶ ସାହୁ, ସ୍ମିତିକ ମହାନ୍ତି, ଚଞ୍ଚଲ ସାହୁ, ଅପରୂପା, ଲୋପାମୁଦ୍ରା, ମଧୁଲିତା, ମୋନାଲିସା, ଉପାଲି, ତନିଷା ଓ ହିରଣ୍ୟମୟ ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା ଦିଗରେ ସଚେତନତା ଉଦ୍ଦେଶ୍ୟରେ ପ୍ରଚାର ପତ୍ର ବଣ୍ଟନ କରିଥିଲେ ।
