ଖରାଦିନେ ଘିମିରି ପାଇଁ ଚିନ୍ତିତ କି ? ତେବେ କରନ୍ତୁ ଏହି ୮ଟି କାମ, ଗୋଟିଏ ଦିନରେ ଘିମିରି ପଳାଇବ
ଘିମିରି ଏକ ଚର୍ମଜନିତ ରୋଗ ।ସାଧାରଣତଃ ଝାଳ ଅଧିକ ବୋହିଲେ ଘିମିରି ହେବାର ଆଶଙ୍କା ଅଧିକ ଥାଏଏହା ବ୍ୟତିତ ଝାଳ ବାହାରୁ ନଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଘିମିରି ଦେଖାଯାଇଥାଏ । ଶରୀରରୁ ସ୍ଵେଦ ନ ବାହାରିବା ଫଳରେ ଚର୍ମରେ ଲୋମକୂପଗୁଡିକ ବନ୍ଦ ହେଇଯାଏ । ଏହା ଫଳରେ ଶରୀରରେ ଝାଳ ବାହାରି ନଥାଏ । ସାଧାରଣତଃ ଖରାଦିନେ ପ୍ରାୟ ଲୋକଙ୍କଠାରେ ଘିମିରି ବାହାରି ଥାଏ ।
ଏହା ବାହାରିବାର କେତେକ କାରଣ ରହିଛି, ଯଥା-ପେଟ ସଫା ନ ରହିବା, ହର୍ମୋନରେ ଅସନ୍ତୁଳ ଦେଖାଗଲେ, ରକ୍ତ ବିଶୁଦ୍ଧ ନ ରହିଲେ, ସନ୍ତୁଳିତ ଖାଦ୍ୟ ନ ଖାଇଲେ, କୌଣସି କାରଣରୁ ଆଲର୍ଜି ହେଇଥିଲେ, ପ୍ରଦୂଷିତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିଲେ । ଖରାଦିନେ ଘିମିରି ହେବା ସ୍ୱାଭାବିକ କଥା । କିନ୍ତୁ ଏହା ଖୁବ୍ ଅସହ୍ୟ ମନେ ହୁଏ । ତେବେ ଏଥିରୁ ମୁକ୍ତି ପାଇବା କିପରି ଆପଣାନ୍ତୁ କିଛି ସଜହ ଉପାୟ
ସଜହ ଉପାୟ – ଏକ ଗ୍ଲାସ୍ ପାଣିରେ ଏକ ଲେମ୍ବୁ ଚିପୁଡନ୍ତୁ । ଏଥିରେ କାକୁଡିର ଏକ ଖଣ୍ଡ ବୁଡାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଘିମିର ଉପରେ ଘଷନ୍ତୁ । ଏହା କଲେ ଘିମିରି କମିଯିବ ।ଏକ ଚାମଚ ଆଲଭେରା ଜେଲ୍ ଘିମିରି ଉପରେ ଲଗାନ୍ତୁ । ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏପରି ଦିନକୁ ୩ ଥର କରନ୍ତୁ । ଏହାଦ୍ୱାରା ଘିମିରି ଯନ୍ତ୍ରଣା ଦୂର ହେବା ସହ ଘିମିରି ମଧ୍ୟ ଚାଲିଯାଏ । ଚାମଚ ପାଣିରେ ଏକ ଚାମଚ ବେକିଙ୍ଗ ସୋଡା ମିଶାନ୍ତୁ ଏହାକୁ ଘିମିରି ଉପରେ ଲଗାନ୍ତୁ ଓ ୨୦ ମିନିଟ୍ ପରେ ଧେ୍ଧବ ଦିଅନ୍ତୁ । ଏପରି ଦିନକୁ ୨ଥର କରନ୍ତୁ । ଶୀଘ୍ର ଘିମିରି ଭଲ ହୋଇଯିବ ।
୨୦ ରୁ ୩୦ଟି ନିମ ପତ୍ରକୁ ଏକ ଗ୍ଲାସ ପାଣିରେ ଫୁଟାନ୍ତୁ । ଥଣ୍ଡା ହେବା ପରେ ଘିମିରି ଉପରେ ଏହାକୁ ଲଗାନ୍ତୁ । ୨୦ ମିନଟ୍ ପରେ ଧୋଇ ଦିଅନ୍ତୁ ।ପ୍ରତିଦିନ ଏପରି କରନ୍ତୁ । ଏହା ଦ୍ୱାରା ଘମିରି ଶୀଘ୍ର କମିଯିବ । ଏକ ଚାମଚ ନଡିଆ ତେଲରେ ଏକ କର୍ପୁର ମିଶାନ୍ତୁ ଏହାକୁ ଘିମିରି ଉପରେ ଲଗାନ୍ତୁ । ୨୦ ମିନିଟ୍ ପରେ ଧେ୍ଧବ ଦିଅନ୍ତୁ । ଏହା ଦ୍ୱାରା ଘିମିରି ଯନ୍ତ୍ରଣାରୁ ଲ୍କ୍ ମିଳିବା ସହ ଉପଶମ ହୋଇଥାଏ । ଅଧ ଚାମଚ ଚନ୍ଦନ ପାଉଡରକୁ ଏକ ଚାମଚ ଗୋଲାପ ଜଳରେ ମିଶାନ୍ତୁ । ଏହାକୁ ଘିମରି ଉପରେ ଲଗାନ୍ତୁ । ଗାଧୋଇବା ପାଣିରେ ଡେଟଲ ପକାଇ ଗାଧାନ୍ତୁ ।
ନିମ୍ବଯୁକ୍ତ ସାବୁନ ବ୍ୟବହାର କରନ୍ତୁ ନଚେତ ପାଣିରେ ନିମ୍ବପତ୍ରକୁ ଫୁଟାଇ ସେହି ଫୁଟାପାଣି ଥଣ୍ଡା ହେଲେ ଗାଧାନ୍ତୁ । ସଫା କଟନ ଡ୍ରେସ ବା ଶାଢି ପିନ୍ଧନ୍ତୁ । ଫ୍ରିଜ ପାଣି ନ ପିଇ ମାଠିଆ ବା ସୁରେଇର ପାଣି ପିଅନ୍ତୁ ।
