କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡିଆଦିବାସୀଙ୍କ ଦାବୀପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଅଭିଯୋଗ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ
ବାରିପଦା : କେନ୍ଦ୍ର ସରକାରଙ୍କର ଆଦିବାସୀ ମାନଙ୍କ ପ୍ରତି କ୍ରମାଗତ ଅବହେଳାର ପ୍ରତିବାଦରେ ଆଜି ବାରିପଦା ଠାରେ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ୧୬୦ରୁ ଉର୍ଦ୍ଧ ଜନଜାତିର ଚିଠାକୁ କେନ୍ଦ୍ରକୁ ପଠାଇଥିବା ବେଳେ ଗୋଟିଏ ହେଲେ ଦାବୀ କେନ୍ଦ୍ର ସରକାର ପୂରଣ କରୁ ନଥିବା, ମୟୂରଭଂଜର ହୋ, ମୁଣ୍ଡା ଏବଂ ଭୂମିଜ ଜନଜାତିର ରହିଥିବା ଲିପି ଗୁଡିକୁ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଦାବୀ ସତ୍ୱେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାନଯିବା, ଆଦିବାସୀ ମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନା ନକରିବା ଆଦି ଅଭିଯୋଗ ଆଣି ଆଜି ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଜଣାଇଥିଲେ । ବିଜେଡିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଦିଗଦର୍ଶନ ଏବଂ ଜିଲ୍ଲା ସଭାପତି ସୁଦାମ ମାଣ୍ଡିଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପ୍ରତିବାଦ ସଭାରେ ହଜାରହଜାର ଆଦିବାସୀ ତାଙ୍କର ପାରମ୍ପାରିକ ବାଦ୍ୟଯନ୍ତ୍ର ଧରି ଧାରଣାରେ ସାମିଲ ହୋଇଥିଲେ । ବାରିପଦା ନଗରପାଳ କୃଷ୍ଣାନନ୍ଦ
ମହାନ୍ତିଙ୍କ ସଂଯୋଜନାରେ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାଣ୍ଡିଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାଣ୍ଡି, ପୂର୍ବତନ ସାଂସଦ ତଥା ଆଦିବାସୀ ହରିଜନ ଏବଂ ସଂଖ୍ୟାଲଘୁ ବିଭାଗର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ମୋରଡା ବିଧାୟକ ରାଜ କିଶୋର ଦାସ, ପୂର୍ବତନ ବିଧାୟକ ଭାଦବ ହାଁସଦା, ଶ୍ରୀନାଥ ସୋରେନ, ଗଣେଶ୍ୱର ପାତ୍ର, ଜିଲ୍ଲା ଯୋଜନା ବୋର୍ଡର ଉପଦେଷ୍ଟା ଜିତେନ୍ଦ୍ର ମହାନ୍ତି, ମୟୂରଭଂଜ ସଦର ସଭାପତି କାଶୀନାଥ ହେମ୍ବ୍ରମ, ବାରିପଦା ବ୍ଲକ ଚେୟାରମେନ ସୁନ୍ଦର ମୋହନ ସିଂ, ଖୁଂଟା ବ୍ଲକ ଚେୟାରମେନ ସୁଧନ୍ୟା ନାଏକ, ରାଜ୍ୟ ବିଜୁ ଜନତା ଦଳ ସମ୍ପାଦକ ଚକ୍ରଧର ହେମ୍ବ୍ରମ, ପରେଶ ମୁଣ୍ଡା, ବାଙ୍ଗିରିପୋଷି ବ୍ଲକ ପୂର୍ବତନ ଚେୟାରମେନ ସୁବୋଧ ମାରାଣ୍ଡି, ସମାଜସେବୀ ଅମର ସେଠୀ, ମୟୂରଭଂଜ -୧ ମହିଳା ସଭାନେତ୍ରୀ ଦିପ୍ତିଲତା ମିଶ୍ର, ମୟୂରଭଂଜ ସଦର ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ଯୁବ ଜନତା ଦଳ ସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ ନାଏକ, ଉପ ନଗରପାଳ ସୀମା ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା କମଳା ତିରିଆ, ଅଲ ଇଣ୍ଡିଆ ହୋ ଲାଙ୍ଗୁଏଜ ଏକ୍ସନ କମିଟିର ସଭାପତି ବସନ୍ତ ବୁଲିଉରି, ଉପ-ସଭାପତି ସମାଏଁ ପୁର୍ତି, ହେ ସମାଜ ସଭାପତି ମଟ୍କା ବିରୁଆ, ମୁଣ୍ଡାରୀ ସାଅଁରା ଜାମଡାର ସଭାପତି ନନ୍ଦଲାଲ ସିଂ, ସମ୍ପାଦକ ବୀରବଲ ସିଂ, ଭାରତ ମୁଣ୍ଡା ସମାଜର ସଭାପତି ଶିବ ପ୍ରସାଦ ସିଂ, ଉପଦେଷ୍ଟା ରାଜେନ ସିଂ, ସମ୍ପାଦକ ବିଲ୍କାନ ପ୍ରଭୁଦୟାଲ ନାଗ, ଗୀତା ସିଂ, ଆସେକାର ସଦସ୍ୟଗଣ ଏବଂ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟର ନେତୃଗଣ ଯୋଗ ଦେଇଥିଲେ ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଉପ-ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରେରଣ କରାଯାଇଥିଲା ।
