ରାଜ୍ୟଗୋଷ୍ଠୀ କ୍ରୀଡ଼ା : ସୁଧୀର ଜିତିଲେ ସ୍ୱର୍ଣ୍ଣ
ବର୍ମିଂହାମ : ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତର ସୁଧୀର ଚମତ୍କାର କରିଛନ୍ତି । ପାରା ପାୱାରଲିଫ୍ଟ ରେ ସେ ପ୍ରଥମ ଥର ପାଇଁ ଭାରତ ପାଇଁ ଗୋଲ୍ଡ ଜିତିଛନ୍ତି । ଏହାପୂର୍ବରୁ ଭାରତ ଏପର୍ଯ୍ୟନ୍ତ ଏହି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା । ସୁଧୀର ୧୩୪.୫ ପଏଣ୍ଟ ସହ ଗେମ୍ସ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତ ପାଇଁ ପାରା ପାୱାରଲିଫ୍ଟରେ ସୁନା ଜିତିଥିବା ସୁଧୀର ପ୍ରଥମ ଆଥଲେଟ୍ ହୋଇଛନ୍ତି ।
ଭାରତର ପାରା ପାୱାରଲିଫ୍ଟର ସୁଧୀର ୨୧୨ କିଲୋଗ୍ରାମ ଉଠାଇ ପୁରୁଷ ହେଭିୱେଟ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୭.୩୦ କିଲୋଗ୍ରାମ ଓଜନ ଥିବା ସୁଧୀର ରାକ ହାଇଟ ୧୪ ସହ ପ୍ରଥମ ପ୍ରୟାସରେ ୨୦୮ କିଲୋଗ୍ରାମ ଉଠାଇଥିଲେ । ଏହା ପରେ ସୁଧୀର ଦ୍ୱିତୀୟ ପ୍ରୟାସରେ ୨୧୨ କିଲୋଗ୍ରାମ ଉଠାଇଥିଲେ । ଏଥିସହିତ ସୁଧୀର ୧୩୪.୫ ପଏଣ୍ଟ ସହ ଶୀର୍ଷରେ ରହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
