ଷ୍ଟ୍ରିଟ୍ କ୍ରାଇମ୍ ରୋକିବାକୁ କମିସନରେଟ ପୁଲିସର ସ୍ୱତନ୍ତ୍ର ପଦକ୍ଷେପ, ୯ ଗିରଫ
ଭୁବନେଶ୍ୱର : ଷ୍ଟ୍ରିଟ କ୍ରାଇମ ରୋକିବାକୁ କମିସନରେଟ ପୁଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯାଇଥିବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୁଚନା ଦିଆ ଯାଇଛି ।
ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଂଟା ମଧ୍ୟରେ କମିସନରେଟ ପୁଲିସକୁ ବଡ ସଫଳତା ମିଳିଛି । ୯ ଜଣ ମୋବାଇଲ ଲୁଟେରା ଓ ପକେଟ ମାରୁକୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ କମିସନରେଟ ପୁଲିସ ୩୬ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଥିବା ଜଣା ପଡିଛି ।
