ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି, ଟ୍ୱିଟ୍ କରି ଦେଲେ ସୂଚନା
ମୁମ୍ବାଇ: ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ନିକଟରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା । ଏହି ଖବର ଶୁଣି ପ୍ରଶଂସକମାନେ ବହୁତ ଦୁଃଖି ହୋଇଯାଇଥିଲେ । କିନ୍ତୁ ବର୍ତ୍ତମାନ ସୁନୀଲ ନିଜେ ତାଙ୍କ ଅବସ୍ଥା ବିଷୟରେ କହିଛନ୍ତି ଏବଂ ବର୍ତ୍ତମାନ ସେ କିପରି ଅନୁଭବ କରୁଛନ୍ତି ତାହା ମଧ୍ୟ କହିଛନ୍ତି ।
ନିକଟରେ ସୁନୀଲ ଗ୍ରୋଭର ହାର୍ଟ ସର୍ଜରୀ କରିଛନ୍ତି । ତାଙ୍କ ହୃଦୟ ଅସ୍ତ୍ରୋପଚାରର ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହଠାତ୍ ଏହି ଖବର ଶୁଣି ସୁନୀଲ ଗ୍ରୋଭରଙ୍କ ପାଇଁ ପ୍ରଶଂସକମାନେ ପ୍ରାର୍ଥନା କରିଥିଲେ । ସଲମାନ ଖାନ୍ ମଧ୍ୟ ସୁନୀଲ ଗ୍ରୋଭରଙ୍କ ବିଷୟରେ ଜାଣି ବହୁତ ଚିନ୍ତିତ ହୋଇଯାଇଥିଲେ । ଏହାପରେ ସଲମାନ ସୁନୀଲଙ୍କୁ ପରୀକ୍ଷା କରିବା ପାଇଁ ତାଙ୍କ ଡାକ୍ତରଙ୍କ ଏକ ଟିମ୍ ପଠାଇଥିଲେ । ବର୍ତ୍ତମାନ ସୁନୀଲ ଗ୍ରୋଭର ଏକ ମଜାଳିଆ ଢ଼ଙ୍ଗରେ ନିଜ ସ୍ୱାସ୍ଥ୍ୟକୁ ନେଇ ଏକ ଟ୍ୱିଟ୍ କରିଛନ୍ତି । ସୁନୀଲ ଗ୍ରୋଭର ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଭାଇଙ୍କ ଚିକିତ୍ସା ଭଲରେ ଚାଲିଛି । ଆପଣଙ୍କ ସମସ୍ତଙ୍କର ପ୍ରାର୍ଥନା ପାଇଁ ମୁଁ କୃତଜ୍ଞତା ଜଣାଉଛି । ଠୋକୋ ତାଳି !
