ପରୀକ୍ଷା ଦେଉଥିବାବେଳେ କଲେଜ ଛାତ୍ରଙ୍କ ମୃତ୍ୟୁ
ରାଉରକେଲା : ପରୀକ୍ଷା ହଲ୍ରେ ଚାଲିଗଲା ଛାତ୍ରଙ୍କ ଜୀବନ । ମୃତ ଛାତ୍ରଙ୍କ ନାମ ମହମ୍ମଦ ଅର୍ଫାନ ବୋଲି ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା । ଖବର ଅନୁଯାୟୀ, ବଣାଇ କଲେଜରେ +୨ର ସାଇନ୍ସ ପଢୁଥିଲେ ଛାତ୍ର । ମଙ୍ଗଳବାର ପରୀକ୍ଷାହଲ୍ରେ ପରୀକ୍ଷା ଦେବେ ସମୟରେ ହଠାତ୍ ଛାତ୍ରଜଣଙ୍କ ଅଚେତ ହୋଇପଡିଥିଲେ । ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ବଣାଇ ମେଡିକାଲରେ ଭର୍ତି କରାଯାଇ ଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଛାତ୍ର ହେଲେ ଲହୁଣିପଡା ଜୁନିଆଣି ଗାଁର ଏମଡି ଆରବାଜ ବୋଲି ଜଣାପଡିଛି । ଛାତ୍ରଙ୍କ ମୃତ୍ୟୁ ହେବା ପରେ କଲେଜରେ ଶୋକର ଛାୟା ଖେଳି ଯାଇଛି ।
