ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଗୋଡାଇ ଗୋଡାଇ ଯୁବକଙ୍କୁ ବିଭତ୍ସ ହତ୍ୟା
ଢେଙ୍କାନାଳ : ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଗୋଡାଇ ଗୋଡାଇ ଜଣେ ଯୁବକଙ୍କୁ ବିଭତ୍ସ ହତ୍ୟା। ଢେଙ୍କାନାଳ ଜିଲା ମୋଟଙ୍ଗା ଗାଁରେ ଘଟିଛି ଏହି ଅଘଟଣ । ମୁତ ଯୁବକ ଜଣକ ମୋଟଙ୍ଗା ଗାଁର ବିକାଶ ନାୟକ ବୋଲି ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ଶନିବାର ରାତି ପ୍ରାୟ ୧୦ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ ନେଇ ମୋଟଙ୍ଗା ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଯୁବକ। ବିକାଶଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟାକାଣ୍ଡରେ ଅନ୍ୟୁନ ୧୦ଜଣ ସାମିଲ ଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ମୃତ ବିକାଶ ନାୟକ ମୋଟଙ୍ଗା ପଂଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ଦୃଢ଼ ସମର୍ଥକ । ସେ ବନ୍ଦ ହୋଇ ପଡ଼ିଥିବା ସ୍ଥାନୀୟ ରୁଙ୍ଗଟା କାରଖାନା ଶ୍ରମିକ ସଂଘର ସଭାପତି ଥିଲେ ।
