କୋଏମ୍ବାଟୁର ବ୍ଲାଷ୍ଟ ଘଟଣା : ଚେନ୍ନାଇ ସହ ୨୦ ସ୍ଥାନରେ ଏନଆଇଏର ଚଢ଼ଉ
ନୂଆଦିଲ୍ଲୀ : ତାମିଲନାଡୁ କୋଏମ୍ବାଟୁରରେ କାର୍ରେ ହୋଇଥିବା ସିଲିଣ୍ଡର ବ୍ଲାଷ୍ଟ୍ ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ)ର ଚଢ଼ଉ । ଗୁରୁବାର ଏନଆଇଏ ଚେନ୍ନାଇ ସହ ୨୦ଟି ସ୍ଥାନରେ ଚଢ଼ଉ କରିଛି। ଏନଆଇଏ ଚେନ୍ନାଇର ପୁଡୁପେଟ୍, ମନ୍ନାଦୀ, ଜମାଲିୟା ଏବଂ ପରେମ୍ବୁରରେ ଚଢ଼ଉ କରିଥିଲା। ସେହିଭଳି କୋଏମ୍ବାଟୁରର କୋଟ୍ଟେମେଡୁ, ଉକ୍କଦମ, ପୋନବିଝା ନଗର ଏବଂ ସ୍ଥୀନାପୁରୀରେ ମଧ୍ୟ ଚଢ଼ଉ ହୋଇଥିଲା। ଏନଆଇଏ ଅଧିକାରୀ, ବିସ୍ପୋରଣରେ ଜଡ଼ିତ ସନ୍ଦିଗ୍ଧ ଏବଂ ପ୍ରତିବନ୍ଧିତ ସଂଗଠନଙ୍କ ସମର୍ଥନ କରୁଥବା ସନ୍ଦିଗ୍ଧଙ୍କ ସମ୍ପତ୍ତି ଉପରେ ରେଡ୍ କରିଛି। ରେଡ୍ରେ ଚେନ୍ନାଇ ଏବଂ କୋଚିନର ଏନଆଇଏ ଅଧିକାରୀ ସାମିଲ ଥିଲେ।
ସୂଚନା ଯେ, ଗତ ୨୩ ଅକ୍ଟୋବର ସନ୍ଧ୍ୟାରେ ଏକ କାର ସିଲିଣ୍ଡର ବିସ୍ପୋରଣ ହୋଇଥିଲା। ଏହି ଘଟଣାରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଯାଞ୍ଚ ଆଧାରରେ ପୋଲିସ୍ ପାଞ୍ଚ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଥିଲା। ଯାଞ୍ଚରେ ପୋଟାସିୟମ ସହତ ୧୦୯ ବସ୍ତୁ ଜବତ ହୋଇଥିଲା।
