କୋଇଲା ଖଣିରେ ଦୁର୍ଘଟଣା, ୧୩ ଶ୍ରମିକ ମୃତ
ନୂଆଦିଲ୍ଲୀ : କୋଇଲା ଖଣିରେ ଦୁର୍ଘଟଣା । ଝାଡଖଣ୍ଡର ଧାନବାଡ ଜିଲ୍ଲାର ଏକ କୋଇଲା ଖଣିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଯେଉଁଥିଲେ ଶ୍ରମିକମାନଙ୍କ ସହ ଡ୍ରାଇଭର ଆହତ ହୋଇଛନ୍ତି। କୁହାଯାଉଛି ଯେ, ଘଟଣାରେ ଅତି କମରେ ୧୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି। ତେବେ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଖଣିରେ ବେଆଇନ ଖନନ କରାଯାଉଥିଲା। ଏହି ସମୟରେ ଶ୍ରମିକ ମାନେ ଚାଲିକି ଯାଉଥିବା ସମୟକେ କୋଇଲା ୨୦ ଫୁଟ ତଳକୁ ଧସି ପଡିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆହତଙ୍କର ଚିକିତ୍ସା ଚାଲିଛି। ପୋଲିସ ଘଟଣାର ତଦନ୍ତ ଜାରିରଖିଛି।
