୨୦ରେ ବିଦେଶ ଗସ୍ତରେ ଯିବେ ନବୀନ, ୩୦ରେ ଫେରିବେ
ଭୁବନେଶ୍ୱର : ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସେଠାରୁ ୨୦ ତାରିଖ ଅପରାହ୍ନରେ ଇଟାଲୀର ରୋମ୍ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ସେଠାରେ ସେ ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟିବେ । ଏଥିସହ ରୋମ୍ ରେ ୱାଲର୍ଡ ଫୁଡ୍ ପ୍ରୋଗାମ୍ ପକ୍ଷରୁ ରୋମ୍ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି । ଖାଦ୍ୟ ସୁରକ୍ଷା ଅଭିଯାନ ଓ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ସେଠାରେ ତାଙ୍କର ମତ ରଖିବେ ।
ଗୋଟେ ସମୟରେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ବେଳେ ଏବେ ଓଡ଼ିଶା ଖାଦ୍ୟ ଉତ୍ପାଦନରେ ବଳକା ରାଜ୍ୟ । ଦେଶର ସାଧାରଣ ବଂଟନ ବ୍ୟବସ୍ଥାକୁ ଖାଦ୍ୟଶସ୍ୟ ଯୋଗାଉଛି ଓଡିଶା । ୧୯୯୯ ମହାବାତ୍ୟା ଓଡିଶାର ଚିତ୍ର ବଦଳାଇଦେଇଥିଲା । ଏବେ କିନ୍ତୁ ଓଡିଶା ବିପର୍ଯ୍ୟୟ ମୁକାବିଲାରେ ଏକ ମଡେଲ ରାଜ୍ୟ । ଓଡିଶାର ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି ।
ଏଥିସହ ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଏକଜିକ୍ୟୁଟିଭ୍ ଡିରେକ୍ଟର ଡେଭିଡ୍ ବେସଲି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ରୋମରେ ରହଣି ଭିତରେ ମୁଖ୍ୟମନ୍ତ୍ରୀ ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ୟୁରୋପର ବିଭିନ୍ନ ଦେଶରେ ଥିବା ଓଡିଆଙ୍କୁ ଭେଟି ଓଡିଶାର କଳା ଓ ସଂସ୍କୃତିର ଅଗ୍ରଗତି ନେଇ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ୨୦ରୁ ୨୬ ତାରିଖ ଯାଏ ମୁଖ୍ୟମନ୍ତ୍ରୀ ରୋମରେ ରହିବେ । ୨୬ରୁ ରୋମରୁ ଦୁବାଇ ଅଭିମୁଖେ ଯାତ୍ରା କରିବେ । ସେଠାରେ ପୁଞ୍ଜିନିବେଶକାରୀ ସମ୍ମିଳନୀରେ ଯୋଗ ଦେବା ସହ ନିବେଶକଙ୍କ ସହ ଆଲୋଚନା କରିବେ । ଓଡିଶା ଏବେ ପୁଂଜିନିବେଶ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିଥିବା ବେଳେ ଶିଳ୍ପ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇଦେଉଛନ୍ତି ରାଜ୍ୟ ସରକାର । ଓଡିଶାରେ ବୈଦେଶିକ ପୁଂଜିନିବେଶ ନେଇ ଶିଳ୍ପ ବିଭାଗର ଏକ ପ୍ରତିନିଧି ଦଳ ପୁଂଜିନିବେଶକାରୀଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ଗତ ଦୁଇ ଦଶନ୍ଧୀ ଧରି ଚାଲିଥିବା ରୂପାନ୍ତରଣ ପ୍ରକ୍ରିୟାରେ ଅଂଶୀଦାର ହେବାକୁ ମୁଖ୍ୟମନ୍ତ୍ରୀ ମିଡିଲ ଇଷ୍ଟରେ ରହୁଥିବା ପ୍ରବାସୀ ଓଡିଶାଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ , ଖାଦ୍ୟ ଯୋଗାଣ ସଚିବଭିଭି ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ନୂଆ ଦିଲ୍ଲୀ ଆବାସିକ କମିଶନର ରବି କାନ୍ତ ବିଦେଶ ଗସ୍ତ କରିଛନ୍ତି । ୧୩ ଦିନିଆଗସ୍ତ ସାରି ଜୁନ୍ ୩୦ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ।
