ଭିଡିଓ କନଫରେନ୍ସିଂରେ ବାତ୍ୟା ମୁକାବିଲା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ‘ଗୁଲାବ’ । ରବିବାର ମଧ୍ୟ ରାତ୍ରରେ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ମୁକାବିଲାର ସମୀକ୍ଷା କରିବେ । ଦିନ ୧୧ଟା ୩୦ରେ ଏନେଇ ସମୀକ୍ଷା କରିବେ ବୋଲି ଜଣାପଡିଛି। ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ବାତ୍ୟା ପ୍ରଭାବ ଅନୁଭୁତ ହେବାକୁ ଥିବା ଜିଲାର ଜିଲାପାଳ ମାନେ ଯୋଗଦେବେ ବୋଲି ସୂଚନା ମିଳିଛି ।
