ମେକ୍ ଇନ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍ ଲଂଚ୍ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମେକ୍ ଇନ ଓଡିଶା କନକ୍ଲେଭ୍ ପୂର୍ବରୁ ସୋମବାର ମେକ୍ ଇନ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍ ଲଂଚ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମାଧ୍ୟମରେ ପ୍ରତିନିଧିମାନେ ସର୍ବଦଳୀୟ ଅଧିବେଶନ, ଥିମେଟିକ୍ ଅଧିବେଶନ, ବ୍ୟବସାୟ ନେତୃତ୍ୱ ଆଲୋଚନା, ସେକ୍ଟରାଲ୍ ଅଧିବେଶନ ଏବଂ ପୋର୍ଟାଲରେ ବକ୍ତାମାନଙ୍କ ସବିଶେଷ ତଥ୍ୟ ପାଇପାରିବେ । ସେହିପରି କନକ୍ଲେଭ ପାଇଁ ପ୍ରତିନିଧି ମାନେ ପଞ୍ଜୀକୃତ କରି ଭ୍ରମଣ ସମୟରେ ସେମାନଙ୍କର ଯାତ୍ରା ଏବଂ ରହଣି ବୁକ୍ କରିପାରିବେ । ଆଣ୍ଡ୍ରଏଡ୍ ୟୁଜର ମାନେ ପ୍ଲେଷ୍ଟୋରରୁ ଏହି ମୋବାଇଲ ଆପ୍ ଡାଉନଲୋଡ କରିପାରିବେ । ସେହିପରି ଆପଲ୍ ଆପଷ୍ଟୋରରେ ଆପଲ୍ ୟୁଜର ମାନଙ୍କ ପାଇଁ ଏହି ମୋବାଇଲ ଆପ୍ ଉପଲବ୍ଧ ରହିଛି ।
ଓଡ଼ିଶା ପୋର୍ଟାଲରେ ମେକ୍ ଇନ ଓଡିଶା କନକ୍ଲେଭ ୨୦୨୨ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ । ପାଂଚ ଦିନିଆ ମେକ ଇନ ଓଡିଶା କନକ୍ଲେଭ କାର୍ଯ୍ୟକ୍ରମରେ ୨୦ ଟି ଅଧିବେଶନ ସହିତ ୩ ଟି କନକ୍ଲେଭ ହେବ । କାର୍ଯ୍ୟକ୍ରମରେ ନିବେଶକମାନେ ରାଜ୍ୟର ଶିଳ୍ପ ଦକ୍ଷତା ଏବଂ ଭବିଷ୍ୟତର ସମ୍ଭାବନା ଜାଣିବାର ସୁଯୋଗ ପାଇବେ ।
