ସୁଇସ ଓପନ ଚାମ୍ପିଅନ ସାତ୍ତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସମ୍ମାନଜନକ ସୁଇସ ଓପନ ସୁପର ୩୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଯୁଗଳ ବିଭାଗରେ ଚାମ୍ପିଅନ ହୋଇଥିବା ଭାରତର ସାତ୍ତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନେ ଏଭଳି ବିଜୟ ଧାରା ଜାରି ରଖି ଦେଶ ପାଇଁ ଆହୁରି ସମ୍ମାନ ଆଣନ୍ତୁ ବୋଲି ଶୁଭେଚ୍ଛା ଜଣାଇ କହିଛନ୍ତି ମୁଖ୍ୟମନ୍ତ୍ରୀ।

ଭାରତୀୟ ଯୋଡ଼ି ଚୀନ ଯୋଡ଼ିଙ୍କୁ ଫାଇନାଲରେ ମାତ ଦେଇ ଚାମ୍ପିଅନ ହୋଇଛନ୍ତି।
