ସମ୍ବଲପୁରୀ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ସମ୍ବଲପୁରୀ ଦିବସ ପାଳନ କରାଯାଉଛି । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁରୀ ସଂସ୍କୃତି, ପରମ୍ପରା, ଖାଦ୍ୟପେୟ, ପୋଷାକ ପରିପାଟୀ ଆମ ମାଟିର ଗର୍ବ ଓ ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି। ସବୁ ଭାଇଭଉଣୀମାନଙ୍କୁ ସମ୍ବଲପୁରୀ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
